ବାର୍‌ହା ପାଇଁ ବିଛା ଯାଇଥିଲା ବିଦ୍ୟୁତ୍ ତାର : ଅଳ୍ପକେ ବର୍ତ୍ତିଲେ ବିଏସଏଫ୍ ଯବାନ

0
237
ବାର୍‌ହା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୨୩/୧୦) : ବାର୍‌ହା କବଳରୁ ଫସଲକୁ ରକ୍ଷା କରିବା ପାଇଁ ବିଛାଯାଇଥିଲା ବିଦ୍ୟୁତ୍‌ ତାର, ଯାହା ବିଏସ୍‌ଏଫ୍‌ ଯବାନଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଆନ୍ତା । ହେଲେ ସେମାନେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡ଼ିଆ ବ୍ଲକ ର ବାପନପାଲ୍ଲୀ ଅଞ୍ଚଳରେ । ବାର୍‌ହା କବଳରୁ ଧାନ ଫସଲକୁ ରକ୍ଷା କରିବା ପାଇଁ ବାପନପାଲୀ ଠାରୁ ସିଲାକୋଟାକୁ ଯାଇଥିବା ବିଦ୍ୟୁତ ଲାଇନରୁ ଚାଷୀମାନେ ଜଙ୍ଗଲ ବାଟେ ତାର ଟାଣି ନିଜ କ୍ଷେତରେ ବିଛାଇଥିଲେ । ଗତକାଲି ସକାଳେ ବିଏସ୍‌ଏଫ୍ ଯବାନମାନେ ବାପନପାଲ୍ଲୀ ଅଞ୍ଚଳକୁ କମ୍ବିଂ ଅପରେସନରେ ଯାଇଥିଲେ । ଏହି ସମୟରେ ବିଛାଯାଇଥିବା ବିଦ୍ୟୁତ୍ ତାର ଉପରେ ସେମାନଙ୍କର ନଜର ପଡ଼ିଯାଇଥିଲା । ପରେ ଯବାନମାନେ ଏହି ତାର ଖୋଲି ଦେଇଥିଲେ ।

ବିଦ୍ୟୁତ୍ ତାର ବିଛାଇଥିବା ଚାଷୀଙ୍କ ସହ ବିଏସ୍‌ଏଫ୍ ଯବାନମାନେ ଆଲୋଚନା କରିଥିଲେ । ଏପରି ନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ଅନ୍ୟମାନଙ୍କ ଜୀବନ ନେଇପାରେ ବୋଲି ଯବାନମାନେ ଚାଷୀମାନଙ୍କୁ ବୁଝାଇଥିଲେ ।