ଡୋଭ୍ ଓ ଟ୍ରେସମି ଶାମ୍ପୁରୁୁ ବଢ଼ୁଛି କ୍ୟାନସର୍‌ !

0
252
ଡୋଭ୍

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୬/୧୦) : ଲୋକପ୍ରିୟ ଡୋଭ୍ ସାବୁନ ଓ ଶାମ୍ପୁ ବଢ଼ାଉଛି କ୍ୟାନସର୍ । କେବଳ ଡୋଭ୍ ନୁହେଁ ଟ୍ରେସମି ଭଳି ଅନେକ ନାମୀ ଦାମୀ ଶାମ୍ପୁ ବ୍ରାଣ୍ଡ କ୍ୟାନସର ରୋଗ ସୃଷ୍ଟି କରୁଛି । ଏଭଳି କିଛି ଦାବି କରିଛି ଦେଶ ତଥା ବିଶ୍ୱର ଜଣାଶୁଣା କମ୍ପାନୀ ୟୁନିଲିଭର ।

କମ୍ପାନୀ କହିଛି, ବଡ ବଡ ଶାମ୍ପୁ ର ବ୍ରାଣ୍ଡରେ ଅନେକ କେମିକାଲ ପଦାର୍ଥ ରହିଛି, ଯାହା କ୍ୟାନସର ରୋଗ ସୃଷ୍ଟି କରୁଛି । ଏହାକୁ ତୁରନ୍ତ ବଜାରରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ୟୁନିଲିଭର ଆମେରିକା ବଜାରରୁ ଡୋଭ୍, ନେକ୍ସସ୍‌, ଟ୍ରେସମି ଏୟାରୋସେଲ ଡ୍ରାଏ ଶାମ୍ପୁ, ସୁଆଭୋ ଓ ଟିଜିି ସମେତ ଅନେକ ଡ୍ରାଏ ଶାମ୍ପୁକୁ ଫେରସ୍ତ କରିବାକୁ କହିଛି ।

ରିପୋର୍ଟ ମୁତାବକ, ଡ୍ରାଏ ଶାମ୍ପୁରେ ବନେଜିନ ଭଳି କେମିକାଲ ପଦାର୍ଥ ଥିବା ଦେଖିବାକୁ ମିଳିଛି । ଏହି କେମିକାଲ କ୍ୟାନ୍‌ସର ରୋଗ ସୃଷ୍ଟି କରୁଥିବା ଆଶଙ୍କା ରହିଛି । ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ତଥା ଏଫ୍‌ଡିଏ ଅନୁଯାୟୀ, ଏହି ଉତ୍ପାଦନ ଗୁଡିକ ୨୦୨୧ ଅକ୍ଟୋବର ପୂର୍ବରୁ ପ୍ରସ୍ତୁତ କରାଯାଇ ସାରା ଦେଶର ଖୁଚୁରା ବ୍ୟବସାୟୀ ମାନଙ୍କୁ ବିକ୍ରି କରିବାକୁ ବଣ୍ଟନ କରାଯାଇଥିଲା । ଏଥିରେ Dove Dry Shampoo Volume and Fullness, Dove Dry Shampoo Fresh Coconut, Nexxus Dry Shampoo Refreshing Mist ଓ Suave Professionals Dry Shampoo Refresh and Revive ସାମିଲ ଅଛି ।

ବେନ୍‌ଜିନ୍ କେମିକାଲ ମଣିଷ ଦେହରେ କ୍ୟାନସର ସୃଷ୍ଟି କରିପାରେ । ଏଫ୍‌ଡିଏ ତା’ର ରି-କଲ୍ ନୋଟିସରେ କହିଛି, ବେନ୍‌ଜିନ୍ ଅନେକ ଉପାୟରେ ମଣିଷ ଶରୀରରେ ପ୍ରବେଶ କରିପାରେ । ନାକ, ମୁହଁ ଓ ଚର୍ମ ଜରିଆରେ ଏହା ଶରୀର ଭିତରେ ପ୍ରବେଶ କରି କ୍ୟାନସର ବିପଦ ସୃଷ୍ଟି କରିବାରେ ସକ୍ଷମ । ଏହି କେମିକାଲରୁ ଲ୍ୟୁକେମିଆ ଓ ବ୍ଲଡ କ୍ୟାନସର ହୋଇପାରେ । ତେଣୁ ଲୋକେ ଏହି ଉତ୍ପାଦନ ବନ୍ଦ କରିବା ଉଚିତ ବୋଲି ଏଫ୍‌ଡିଏ କହିଛି ।

ଗତ କିଛି ବର୍ଷ ହେଲା ଜନ୍‌ସନ୍ ଆଣ୍ଡ ଜନ୍‌ସନ୍ ବେବି ପାଉଡର୍‌ରୁ କ୍ୟାନସର ହେଉଥିବା ନେଇ ଦାବି କରାଯାଉଛି । ଆମେରିକା ବଜାରରୁ ଏହି ପ୍ରଡକ୍ଟକୁ ବ୍ୟାନ୍ କରିବା ପାଇଁ ବହୁଥର ଦାବି ଉଠିଛି । ଗତ ବର୍ଷ ୨୦୨୧ ରେ ପ୍ରକ୍ଟର୍ ଆଣ୍ଡ୍ ଗମବଲ୍ ମଧ୍ୟ ୩୦ ରୁ ଅଧିକ ଏରୋସୋଲ୍ ସ୍ପ୍ରେ ହେୟାର କେୟାର ପ୍ରଡୋକ୍ଟକୁ ଫେରାଇବାକୁ କହିଥିଲା । ଏଥିରେ ଡ୍ରାଏ ସାମ୍ପୋ ଏବଂ ଡ୍ରାଏ କଣ୍ଡିସନର ସାମିଲ୍ ଥିଲା ।