ଗୁଡ଼ାରି ବ୍ଲକ ରେ ବିଜେଡ଼ି ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

0
285
ଗୁଡ଼ାରି ବ୍ଲକ ରେ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରି, (୧/୧୧) : ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା । ରାୟଗଡ଼ା ଜିଲ୍ଲା ସଭାପତି ସୁଧୀର ଦାସ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଏହି ଜନ ସମ୍ପର୍କ ପଦ ଯାତ୍ରାରେ ସାମିଲୀ ହୋଇଥିଲେ ।WhatsApp Image 2022 11 02 at 11.50.57 1 ଗୁଡ଼ାରି ବ୍ଲକ ରେ ବିଜେଡ଼ି ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

ମା ଭଣ୍ଡାରଘରଣୀ ମନ୍ଦିର ରେ ପୂଜାର୍ଚ୍ଚନା କରି ଜନସମ୍ପର୍କ ପଦ ଯାତ୍ରା ର ଶୁଭାରମ୍ଭ କରାଯାଇଥିଲା । ଏହି ପଦ ଯାତ୍ରା ସହର ପରିକ୍ରମା ସମୟରେ ସ୍ଥାନୀୟ ଅଞ୍ଚଳର ଲୋକ ନୃତ୍ୟ, ଦଳୀୟ କର୍ମୀ ଓ ନେତା ଙ୍କୁ ଆକର୍ଷଣ କରିଥିଲା । ଗୁଡ଼ାରି ବ୍ଲକ ରେ ସମସ୍ତ ପଞ୍ଚାୟତ ରୁ ବୋହୁ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।

ଗୁଡ଼ାରିର ବରିଷ୍ଠ ବିଜେଡି ନେତା ସନ୍ତୋଷ ମହାନ୍ତି ଙ୍କ ପ୍ରତକ୍ଷ୍ୟ ତତ୍ୱବଧାନରେ ଅନୁଷ୍ଠିତ ଏହି ଜନସମ୍ପର୍କ ପଦଯାତ୍ରାରେ ବ୍ଲକ ଓ ଏନଏସି ର ବହୁ ଦଳୀୟ କର୍ମୀ ସାମିଲି ହୋଇଥିଲେ । ଗୁଡ଼ାରି ଅଞ୍ଚଳରେ ଲୋକ ଙ୍କ ସୁଖଦୁଃଖରେ ବିଜେଡି ଦଳ ରହିଛି ଓ ରହିବ ବୋଲି ସନ୍ତୋଷ ମହାନ୍ତି କହିଥିଲେ । ଏହି ପଦଯାତ୍ରାରେ ୪୦୦୦ ରୁ ଉର୍ଦ୍ଧ୍ଵ ଲୋକ ଆସିଥିବା ଜଣାପଡିଛି l ଗୁଡ଼ାରୀ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।