ଉଜୁଡି ଯାଇଥିବା ସଂସାରକୁ ଯୋଡ଼ିଲା କନ୍ଧକୁଳ ସମାଜ

0
250
ଉଜୁଡି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୦/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକରେ କନ୍ଧକୂଳ ସମାଜ ପକ୍ଷରୁ ଉଜୁଡି  ଯାଇଥିବା ପରିବାରକୁ ସଜାଡ଼ି ବାରେ ସଫଳ ହୋଇଛି । ଏହି ପରି ଦୃଶ୍ୟ ଦେଖିବାକୁ ମିଳିଛି କଲନରା ବ୍ଲକ ଭେଜା ଗାଁ ଓ କଲ୍ୟାଣସିଂହପୁର ବଡ ନାୟକଗୁଡା ଗାଁ’ରେ ।

ଉଜୁଡି ଯାଇଥିବା ସଂସାରକୁ ଯୋଡ଼ିଲା କନ୍ଧକୁଳ ସମାଜ । ପ୍ରେମ ବିବାହ କରିବା ପରେ ଉଭୟ କୌଣସି କାରଣରୁ ଏକ ବର୍ଷ ଧରି ବିଛିନ୍ନ ହୋଇ ଅଲଗା ରହୁଥିଲେ । ଝିଅ ସୁନିତା କାଡ୍ରାକା ତାଙ୍କ ବାପ ଘର କଲ୍ୟାଣସିଂହପୁର ବ୍ଳକ ପୂଜାରୀଗୁଡା ପଞ୍ଚାୟତ ର ବଡନାୟକ ଗୁଡା ଗାଁ ସବିନାଥ କାଡ୍ରାକାଙ୍କ ଘରେ ରହୁ ଥିବା ବେଳେ ପୁଅ ମଣ୍ଟୁ ମିଣିଆକା କଲନରା ବ୍ଳକ ଗାଦିଶେଷଖାଲ ଗ୍ରାମ ପଞ୍ଚାୟତ ର ଭେଜା ଗ୍ରାମ ରେ ରହୁଥିଲେ । ଏହି ସମ୍ପର୍କରେ କନ୍ଧକୂଳ ସମାଜ କୁ ବିଚ୍ଛିନ୍ନ ହୋଇଥିବା ବିଷୟରେ ସୁନିତା ଜଣାଇଥିଲେ । ଖବର ପାଇ କନ୍ଧକୂଳ ସମାଜ କିଛି ଭଦ୍ର ବ୍ୟକ୍ତି ଉଭୟ ପରିବାର କୁ ଡକାଇ ବୁଝାସୁଝା କରିବାରୁ ପୁଅର ବାପା ଉତରା ମିଣିଆକା ଓ ଝିଅ ର ବାପା ସବିନାଥ କାଡ୍ରାକା ରାଜୀ ହୋଇଥିଲେ ।

ଏହାପରେ ଗତକାଲି ନାରାୟଣପୁର ରାମଲିଙ୍ଗେଶ୍ୱର ଶିଵ ମନ୍ଦିର ଠାରେ କନ୍ଧକୂଳ ସମାଜ ର ଭଦ୍ର ବ୍ୟକ୍ତିଙ୍କ ସମ୍ମୁଖରେ ମଣ୍ଟୁ ଓ ସୁନିତା ଫୁଲମାଲ ଧାରଣ କରିଛନ୍ତି । ଏଥିରେ କନ୍ଧକୂଳ ସମାଜ ର ଉପସଭାପତି କାମସିଙ୍ଗି କାଡ୍ରାକା, କନ୍ଧକୂଳ ସମାଜ ର ଉପଦେଷ୍ଟା ଲକ୍ଷ୍ମୀ ପ୍ରାସ୍କା ଓ ନାରାୟଣପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୀତାରାମ କାଡ୍ରାକା ଙ୍କ ସମେତ କନ୍ଧକୂଳ ସମାଜ ର ଭଦ୍ର ବ୍ୟକ୍ତି ଉପସ୍ଥିତ ରହିଥିଲେ। ବିଚ୍ଛିନ୍ନ ହୋଇଥିବା ପରିବାର କୁ ସଜାଡ଼ି ବାରେ ସଫଳ ହୋଇଥିବା କନ୍ଧକୂଳସମାଜ ର ସମ୍ପାଦକ ବିଶ୍ୱନାଥ କାଡ୍ରାକା କହିଛନ୍ତି।