ନଅଗାଁ (ଖ) ପଲ୍ଲୀ ଆଲୋକ ପାଠାଗାର ଠାରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ

0
168

ରିପୋର୍ଟ : ବିମଳେନ୍ଦୁ ସାହୁ
ଲୋଇସିଂହା,(୧୬/୦୮) : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ନଅଗାଁ (ଖ) ପଲ୍ଲୀ ଆଲୋକ ପାଠାଗାର ତରଫରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।

ଏଥିରେ ନଅଗାଁ (ଖ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବତିଆ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପାସ କରିଥିବା ଛାତ୍ରୀ ଶ୍ରୁତିମୟୀ ସାହୁ ଏବଂ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିବା ଛାତ୍ରୀ ମୌସୁମୀ ପଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପରେ ସ୍ଥାନୀୟ ରାସ୍ତାଘାଟ କୁ ଅନୁଷ୍ଠାନ ତରଫରୁ ଅନୁଷ୍ଠାନ ତରଫରୁ ସଫେଇ କରାଯାଇଥିଲା । ଏଥିରେ ସମ୍ପାଦକ ପ୍ରଶାନ୍ତ ନାୟକ ଙ୍କ ସମେତ ସ୍ଥାନୀୟ ବରିଷ୍ଠ ନାଗରିକ ଓ ପଲ୍ଲୀ ଆଲୋକ ପାଠାଗାରର ସଦସ୍ୟ ଗଣ ସହଯୋଗ କରିଥିଲେ ।