ପଶ୍ଚିମ ଓଡିଶା ଜେସିବି ଚାଳକ ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

0
267

ରିପୋର୍ଟ : ବିମଳେନ୍ଦୁ ସାହୁ
ବଲାଙ୍ଗୀର, ଲୋଇସିଂହା, (୧୬/୦୮) : ଲୋଇସିଂହା ବ୍ଲକ ବୁର୍ଡା ଡାକବଙ୍ଗଳା ଠାରେ ପଶ୍ଚିମ ଓଡିଶା ଜେସିବି ଚାଳକ ସଙ୍ଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 08 16 at 10.18.43 AM ପଶ୍ଚିମ ଓଡିଶା ଜେସିବି ଚାଳକ ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବୁର୍ଡା ଡାକବଙ୍ଗଳା ଠାରେ ଅନୁଷ୍ଠିତ ଏହି ଚାଳକ ସଙ୍ଘ ର ସାଧାରଣ ପରିଷଦ ବୈଠକ ରେ ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡିଶା ଜେସିବି ଚାଳକ ସଙ୍ଘ ର ସଭାପତି ମିଥୁନ ମହାରଣା, ସମ୍ପାଦକ ଦୀପକ ପ୍ରସାଦ ସାହୁ, ଉପ ସଭାପତି ରଞ୍ଜନ ବେହେରା, କୋଷାଧ୍ୟକ୍ଷ ଆଦିତ୍ୟ ସାହୁ ପ୍ରମୁଖ ଯୋଗ ଦେଇ ଏକ ଜିଲ୍ଲା ସ୍ତରୀୟ ସଙ୍ଘ ଗଠନ କରାଯିବା ସହିତ ସମସ୍ତ ଜେସିବି ଚାଳକ ଙ୍କୁ ଏକତ୍ରିତ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜେସିବି ଚାଳକ ସଙ୍ଘ ଗ୍ରୁପ ଲିଡ଼ର କୃପାସିନ୍ଧୁ ଭୋଇ, ଅଶୋକ ବଗର୍ତ୍ତି, କୃପାସିନ୍ଧୁ ଗହୀର ପ୍ରମୁଖ ଉପସ୍ଥିତ ଥିବା ବେଳେ ଦିଲୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।