-5.7 C
Innichen
Friday, December 2, 2022

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ୱାରା ପୋଷ୍ୟ ସନ୍ତାନ ପାଳନ ସମ୍ପର୍କିତ ରଥର ଶୁଭାରମ୍ଭ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୧୭/୧୧) : ଗତକାଲି ୧୬/୧୧/୨୦୨୨ ରିଖ ଦିନ ସକାଳ ୯ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ୱାରା ଗୋଟିଏ ପୋଷ୍ୟ ସନ୍ତାନ ସଚେତନତା ରଥ ର ଶୁଭାରମ୍ଭ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ କରାଯାଇଥିଲା ।

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ୱାରା ପୋଷ୍ୟ ସନ୍ତାନ ପାଳନ ସମ୍ପର୍କିତ ଏହି ରଥ ଜିଲ୍ଲା ସାରା ବୁଲି ଲୋକ ମାନଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ସଚେତନତା ସୃଷ୍ଟି କରିବ । ଏହି ରଥ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ରୁ ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଉଦ୍ଘାଟନ ଉତ୍ସବରେ ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷ ରାଜେଶ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ, ସୁଶାନ୍ତ ବୋଇଦାର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଅଣ ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ, ରାଜ ଲକ୍ଷ୍ମୀ ଦାସ ଓ ବାଲ ଗୋପାଲ ସେବା ନିକେତନର ସମ୍ପାଦକ ହେମନ୍ତ ମୁଣ୍ଡ ଉପସ୍ଥିତ ଥିଲେ । ଉତ୍ସବରେ ବାଲ ଗୋପାଲ ସେବା ନିକେତନର ଅନ୍ତେବାସୀ ମାନେ ଘୁମୁରା ବାଦ୍ୟ ପରିବେଷଣ କରି ରଥକୁ ସ୍ଵାଗତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ଯଥା ଅଂଶୁମାନ ବାବୁ, ଶୁଭାଶିଷ ପାଣିଗ୍ରାହୀ, ପ୍ରତୀକ ପଟ୍ଟନାୟକ, ସୁଧାଂଶୁ ଶେଖର ମହାପାତ୍ର, ଅବିନାଶ ତ୍ରୀପାଠୀ, ମଣ୍ଟୁ ନାୟକ ଯୋଗଦେଇ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ ।

Related Articles

Stay Connected

0FansLike
3,589FollowersFollow
20,300SubscribersSubscribe
- Advertisement -spot_img

Latest Articles