ଆତ୍ମହତ୍ୟା କଲେ ହଲିଉଡ ଅଭିନେତା ଜେସନ୍ ଡେଭିଡ୍‌

0
106
ଆତ୍ମହତ୍ୟା କଲେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ/ଲସ୍‌ଏଞ୍ଜଲିସ, (୨୧/୧୧) : ଆତ୍ମହତ୍ୟା କଲେ ଆଉ ଜଣେ ଫେମସ୍ ହଲିଉଡ ଅଭିନେତା ଜେସନ୍ ଡେଭିଡ୍ ଫ୍ରାଙ୍କ । ଅରିଜନାଲ ପାୱାର୍ ରେଞ୍ଜର୍ ଷ୍ଟାର ଜେସନଙ୍କୁ ମୃତ୍ୟୁ ବେଳକୁ ୪୯ ବର୍ଷ ବୟସ ହୋଇଥିଲା ।

ରିପୋର୍ଟ ମୁତାବକ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତାଙ୍କ ମୃତ୍ୟୁ ନେଇ ତାଙ୍କର ଜଣେ କୋ-ଷ୍ଟାର୍ ୱାଲ୍ଟର ଇ ଜୋନ୍ସ ସୂଚନା ଦେଇଛନ୍ତି । ସୂଚନା ମୁତାବକ, ଅଭିନେତା ତଥା ମାର୍ଶଲ ଆର୍ଟିଷ୍ଟ ଜେସନଙ୍କ ଟେକ୍ସାସ୍‌ରେ ମୃତ୍ୟୁ ହୋଇଛି । ଜେସନଙ୍କ ଆଉ ଜଣେ କୋ-ଷ୍ଟାର ଏଜେଣ୍ଟ ଜଷ୍ଟିନ୍ ତାଙ୍କ ମୁତ୍ୟୁକୁ ନେଇ ଶୋକ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ଆମେ ଆମର ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇ ଦୁଃଖିତ ।

୨୮ ଅଗଷ୍ଟ ୧୯୯୩ ରେ ହଲିଉଡ ସିରିଜ ପାୱାର ରେଞ୍ଜରର ପ୍ରସାରିତ ହୋଇଥିଲା । ଏହି ଶୋ’ ୧୯୯୫ ଯାଏଁ ଚାଲିଥିଲା । ୧୪୫ ଏପିସୋଡ୍ ଏହାର ଟେଲିକାଷ୍ଟର ତିନୋଟି ସେସନରେ ପ୍ରସାରିତ ହୋଇଥିଲା । ପ୍ରଥମ ସିଜନ୍‌ରେ ଜେସନ୍ ଟିମ୍ ଅଲିଭର୍ ଭୂମିକାରେ ନଜର ଆସିଥିଲେ । ଏହି ଚରିତ୍ରରେ ଅଭିନୟ କରି ସେ ବେଶ୍ ଲୋକପ୍ରିୟତା ସାଉଁଟିଥିଲେ ।

ଏହାପରେ ଦ୍ୱିତୀୟ ସିଜନରେ ସେ ଗ୍ରୀନ୍ ରେଞ୍ଜର୍ ରୂପେ ନଜର ଆସିଥିଲେ । ଏହାପରେ ତାଙ୍କ ଲୋକପ୍ରିୟତା ଦେଖି ତୃତୀୟ ସିଜନ୍‌ରେ ତାଙ୍କୁ ୱାଇଟ୍ ରେଞ୍ଜର ଭୂମିକା ଦିଆଯାଇଥିଲା । କରାଟେରେ ଅଷ୍ଟମ ଡିଗ୍ରୀର ବ୍ଲାକ୍ ବେଲ୍ଟ ହାସଲ କରିଥିବା ଫ୍ରାଙ୍କ ୧୯୯୬ ରେ ରେଡ୍ ଜିରୋ ରେଞ୍ଜର୍ ରୂପରେ ନୂଆ ନାଁ ଓ ନୂଆ ପାୱାର୍ ସହ ଶୋ’କୁ ଫେରିଥିଲେ । ଏହାର ୫୦ଟି ଏପିସୋଡ୍ ପ୍ରସାରିତ ହୋଇଥିଲା ।