ଫୁଟବଲ୍ ମହାକୁମ୍ଭ : ଆଜି ଇଂଲଣ୍ଡକୁ ଭେଟିବ ଇରାନ

0
128
ଫୁଟବଲ୍ ମହାକୁମ୍ଭ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୧/୧୧) : ଫୁଟବଲ୍ ମହାକୁମ୍ଭ ରେ ଆଜି ଦେଖିବାକୁ ମିଳିବ ମହାମୁକାବିଲା । ଇଂଲଣ୍ଡକୁ ଭେଟିବ ଇରାନ୍ । ସେହିପରି ଅନ୍ୟ ଏକ ମ୍ୟାଚ୍‌ରେ ସେନେଗାଲ୍ ଓ ନେଦରଲ୍ୟାଣ୍ଡ ମଧ୍ୟରେ ହେବ କଡା ଟକ୍କର ।

ଗତକାଲି ଦୋହାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୋଇଥିଲା ଫୁଟବଲ୍ ମହାକୁମ୍ଭ । ଉଦ୍‌ଘାଟନୀ ମ୍ୟାଚ୍‌ରେ ଇକ୍ୱେଡର୍ ଓ କତାର ମୁହଁମୁହିଁ ହୋଇଥିଲେ । ତେବେ ପ୍ରଥମ ମ୍ୟାଚ୍‌ରେ ହିଁ କତାରକୁ ହରାଇଛି ଇକ୍ୱେଡର୍ । କତାରକୁ ୨-୦ ଗୋଲ୍‌ରେ ପରାସ୍ତ କରି ଇକ୍ୱେଡର୍ ବିଜୟୀ ହୋଇଛି । ଏନ୍‌ର ଭେଲେନ୍ସିଆ ଇକ୍ୱେଡର ପକ୍ଷରୁ ପ୍ରଥମ ହାଫ୍‌ରେ ୨ଟି ଗୋଲ୍ ଦେଇଥିଲେ । ମ୍ୟାଚ୍ ଆରମ୍ଭରୁ ୧୬ ମିନିଟ୍‌ରେ ପ୍ରଥମ ଗୋଲ୍ ସ୍କୋର୍ କରିଥିଲେ ଭେଲେନ୍ସିଆ ।

ଏହାପରେ ୩୦ ମିନିଟ୍‌ରେ ଦ୍ୱିତୀୟ ମାରିଥିଲେ । ଏହି ବିଜୟ ସହ ଫିଫା ବିଶ୍ୱକପ୍‌ରେ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ଇକ୍ୱେଡର । ସେପଟେ ଅଲବାୟତ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରଥମ ଦିନରେ ୬୦ ହଜାରରୁ ଅଧିକ ଦର୍ଶକ ପହଞ୍ଚିଥିଲେ । ୩୨ ଟି ଟିମ୍‌କୁ ନେଇ ୨୮ ଦିନ ଧରି ଚାଲିବ ଫୁଟବଲର ଏହି ମହା ଲଢେଇ । ୩୨ ଟି ଦଳକୁ ନେଇ ଖେଳାଯିବ ୬୪ ଟି ମ୍ୟାଚ୍ । ୮ ଟି ଗ୍ରୁପରେ ବିଭକ୍ତ ହୋଇଛନ୍ତି ୩୨ ଟି ଟିମ୍ । ପ୍ରତି ଗ୍ରୁପ୍‌ରେ ୪ ଟି ଲେଖାଏଁ ଦଳ ରହିଛନ୍ତି ।