ସୁବର୍ଣ୍ଣପୁର ପୁଲିସ ର ବଡ଼ ସଫଳତା,ନକଲି ସୁନା ବନ୍ଧକ ମାମଲା : ୭ ଗିରଫ

0
137
ସୁବର୍ଣ୍ଣପୁର ପୁଲିସ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୬/୧୨) : ନକଲି ସୁନା ଦେଇ ବ୍ୟାଙ୍କକୁ ଲଗାଉଥିଲେ ଚୁନା । ଶେଷର ବନ୍ଧା ହେଲେ । ନକଲି ସୁନା ବନ୍ଧକ ରଖି ୫୨ ଲକ୍ଷ ଟଙ୍କାର ଋଣ ନେଇଥିବା ୭ ଜଣକୁ ଗିରଫ କରିଛି ସୁବର୍ଣ୍ଣପୁର ପୁଲିସ ।

ସ୍ଥାନୀୟ ବରୋଦା ବ୍ୟାଙ୍କରେ ଏହି ଠକେଇ ହୋଇଥିବା ନେଇ ସୋନପୁର ପୁଲିସ ନିକଟରେ ଅଭିଯୋଗ କରିଥିଲେ ବ୍ୟାଙ୍କ ଅଧିକାରୀ । ବ୍ୟାଙ୍କର ସିନିୟର ମ୍ୟାନେଜର ଅଭିଯୋଗ କରିବା ପରେ ଏ ନେଇ ସୁବର୍ଣ୍ଣପୁର ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ତାର ତଦନ୍ତ କରିଥିଲା । ଏହି ନକଲି ସୁନା ବନ୍ଧକ ଘଟଣାରେ ଜଣେ ବଣିଆ ସମେତ ୭ ଜଣକୁ ଗିରଫ କରିଛି ସୋନପୁର ପୁଲିସ । ୬ ଅଭିଯୁକ୍ତ ସୋନପୁର ଜିଲ୍ଲାର ହୋଇଥିବାବେଳେ ଜଣେ ବରଗଡ ଜିଲ୍ଲାର ହୋଇଥିବା ଜଣପଡିଛି ।

ଗିରଫ ସାତ ଜଣ ହେଲେ ଇଶ୍ୱର ସରାଫ, ସୁରେନ୍ଦ୍ର ସରାଫ, ଅଞ୍ଜନ ସା, ହଜାରୁ ସାହୁ, ଡାକ୍ଟର ସେଠ, ରାମ କୁମାର ମେହେର, ରାମଚନ୍ଦ୍ର ବଣିଆ ଓ ବଣିଆ ଜୟନାରାୟଣ ମହାରଣା । ଅଭିଯୁକ୍ତ ଇଶ୍ୱର ସରାଫ ପୂର୍ବରୁ ସୋନପୁର ୟୁକୋ ବ୍ୟଙ୍କରେ ମଧ୍ୟ ନକଲି ସୁନା ଦେଇ ୧୯ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡିଛି । ଆଜି ସୋନପୁର ପୁଲିସ କାର୍ଯ୍ୟାଳୟ ରେ ହୋଇଥିବା ଏକ ସମ୍ବାଦିକ ସମ୍ମଳନୀରେ ସୋନପୁର ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ସସସ୍ତ ଅଭିଯୁକ୍ତ ଙ୍କୁ ଗରିଫ କରି ଆଜି କୋର୍ଟ ଚାଲାନ କରାଯିବ ବୋଲି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ବିଳନୀ ରେ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।