ରେଖାଳିଗୁଡା ଠାରୁ ଥେରୁବାଲି ରାସ୍ତା ପାଲଟିଛି ମରଣଯନ୍ତା

0
217
ରେଖାଳିଗୁଡା ଠାରୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୧/୧୨) : କଲ୍ୟାଣସିଂହପୁରଠାରୁ ମାଝୀଗୁଡା ଦେଇ ରେଖାଳିଗୁଡା ଠାରୁ ଥେରୁବାଲିକୁ ସଂଯୋଗୀ କରୁଥିବା ରାସ୍ତା ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି ।WhatsApp Image 2022 12 11 at 13.10.43 ରେଖାଳିଗୁଡା ଠାରୁ ଥେରୁବାଲି ରାସ୍ତା ପାଲଟିଛି ମରଣଯନ୍ତା

ରେଖାଳିଗୁଡା ଠାରୁ ଥେରୁବାଲି ରାସ୍ତା ପାଲଟିଛି ମରଣଯନ୍ତା । ଉକ୍ତଟି ଆର ଡି ବିଭାଗ ଦ୍ଵାରା କୁମାରଗୁଡା ଛକ ଠାରୁ ମାଝୀଗୁଡା, ରେଖାଲଗୁଡା, ଲକ୍ଷ୍ମୀପୁର, ମାଣ୍ଡିପଦର, କୁସୁବେଟି, ପୋଲମା ଦେଇ କଲୋନରା ବ୍ଲକର ଥେରୁବାଲି ପର୍ଯ୍ୟନ୍ତ ରାସ୍ତା ର ସଂଯୋଗୀ କରଣକରାଯାଇଛି । ପ୍ରାୟ ୭ମାସ ହେବ ଏହାର ମରାମତି କରାଯାଇଥିଲା । ଏହି ରାସ୍ତା ଦେଇ ଛୋଟ ବଡ଼ ଯାନବାହନ ଚଳାଚଳ କରିବା ସହ ଯାତ୍ରୀ ବାହୀ ବସ ମଧ୍ୟ ଯାତାୟାତ କରୁଛି । ଏହି ରାସ୍ତା ନିମ୍ନମାନ କରାଯାଉଥିବା ଯୋଗୁଁ ଏକ ବର୍ଷ ନ ପୁରୁଣୁ ସ୍ଥାନେ ସ୍ଥାନେ ଖାଲଖମା ସୃଷ୍ଟି ହେବା ସହ ରାସ୍ତାରୁ ପିଚୁ ସହିତ ବାଜୁରୀ ବାହାରି ପଡିଛି । ଏହି ରାସ୍ତା ଦେଇ ଯାତାୟାତ କରିବା ସମୟରେ ଛୋଟ ବଡ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି ।

କିଛି ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଛି । ଏହାକୁ ନେଇ ବ୍ଲକବାସୀ ତୁରନ୍ତ ରାସ୍ତା ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ ଆରଡ଼ି ବିଭାଗର କନିଷ୍ଠ ଯନ୍ତ୍ରୀ ଧବଳେଶ୍ବର ପାତ୍ର କହିଲେ ଯେ ରେଖାଲଗୁଡା ଠାରୁ ପୋଲମା ପର୍ଯ୍ୟନ୍ତ ଅଳ୍ପ ଦିନ ମଧ୍ୟରେ ମରାମତି କରାଯିବ ଓ ପୋଲମା ଠାରୁ ଥେରୁବାଲି ରାସ୍ତାର ସମୟ ସରିଯାଇଛି । ସେଥିପାଇଁ ବିଭାଗ ପକ୍ଷରୁ ସରକାରଙ୍କୁ ଲିଖିତ ଦିଆଯାଇଛି । ସେଥିପାଇଁ ଅନୁଦାନ ଆସିଲେ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି ।