ଧନ ଲକ୍ଷ୍ମୀ ଙ୍କ ଭାଷାଣି ଉତ୍ସବ

0
169
ଧନ ଲକ୍ଷ୍ମୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୧/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ହନୁମାନ କ୍ଳବ ପକ୍ଷରୁ ହନୁମାନ ମନ୍ଦିର ନିକଟରେ କରାଯାଇଥିବା ମାର୍ଗଶିର ମାସ ମାଣବସା ଧନ ଲକ୍ଷ୍ମୀ ପୂଜାର ଭାଷାଣି ଉତ୍ସବ ଆଡମ୍ବରରେ କରାଯାଇଛି ।WhatsApp Image 2022 12 11 at 17.52.09 1 ଧନ ଲକ୍ଷ୍ମୀ ଙ୍କ ଭାଷାଣି ଉତ୍ସବ

ଧନ ଲକ୍ଷ୍ମୀ ଙ୍କ ଭାଷାଣି ଉତ୍ସବ । ଆଜି ସକାଳୁ ପୂଜକ ଲାରା ମିଶ୍ର ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ପୂର୍ଣ୍ଣାହୁତି କରି ବିସର୍ଜନ ପୂଜା ଶେଷ କରିଥିଲେ । ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ପାୟ ୧୧ ଦିନ ଧରି ଧୂଁମଧାମ ରେ ପୂଜା କରିବା ସମୟରେ ପୂଜା କମିଟି ପକ୍ଷରୁ ୨୦୨୨ଟି ଦୀପ ଯଜ୍ଞ ଓ ପ୍ରାୟ ୨ ହଜାରଗରିବ ଲୋକଙ୍କୁ ଅର୍ଣ୍ଣ ପ୍ରସାଦ ବଣ୍ଟନ କରିଥିଲେ ।୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ସାସ୍କୃତିକ କାର୍ଯ୍ୟକ୍ରମ ଭାବରେ ଅପେରା ମାୟା ନଗରୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହନୁମାନ କ୍ଳବର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମିଳିତରେ ମାଆ ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ବାଜା ବଜାଇ ନାଚଗୀତ ରେ ବାଣ ଫୁଟାଇ ଗ୍ରାମ ପରିକ୍ରମା କରି ବିସର୍ଜନ କରିଥିଲେ ।ଏଥିରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ଉପସ୍ଥିତ ରହିଥିଲେ ।