କର୍ଣ୍ଣାଟକରେ ଚିହ୍ନଟ ହେଲା ପ୍ରଥମ ଜିକା ଭାଇରସ୍‌, ବଢ଼ିଲା ଚିନ୍ତା

0
131
କର୍ଣ୍ଣାଟକରେ ଚିହ୍ନଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବେଙ୍ଗାଲୁରୁ, (୧୩/୧୨) : ବଢ଼ିଲା ଚିନ୍ତା । କର୍ଣ୍ଣାଟକରେ ଚିହ୍ନଟ ହେଲା ପ୍ରଥମ ଜିକା ଭାଇରସ । ପୁଣେର ଲ୍ୟାବ ରିପୋର୍ଟ ମୁତାବକ, ରାଜ୍ୟର ରାଇଚୁର ଜିଲ୍ଲାରେ ଜଣେ ୫ ବର୍ଷୀୟ ଝିଅ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

କର୍ଣ୍ଣାଟକରେ ଚିହ୍ନଟ ହେଲା ଜିକା ଭାଇରସ୍‌ କୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି । ଦକ୍ଷିଣାଞ୍ଚଳରେ ଏହା ହେଉଛି ପ୍ରଥମ ଜିକା ଭାଇରସ୍ ମାମଲା । ସେପଟେ ଏହି ଜିକା ଭାଇରସ ମମଲା ସାମ୍ନାକୁ ଆସିବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଲୋକ ମାନଙ୍କୁ ଭୟଭୀତ ନେହେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସରକାର ଏହି ଭାଇରସ ବିରୋଧରେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି । ସ୍ୱାସ୍ଥ୍ୟସେବା ଉପରେ ନଜର ରଖାଯାଇଛି । ଡାକ୍ତରଙ୍କୁ ଆଲର୍ଟ ମୋଡରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ପୂର୍ବରୁ ଡିସେମ୍ବର ୮ ତାରିଖରେ ପୁଣେରେ ଏକ ଜିକା ଭାଇରସ୍ ମାମଲା ଚିହ୍ନଟ ହୋଇଥିଲା । ୫ ତାରିଖରେ ପରୀକ୍ଷା ପାଇଁ ୩ଟି ନମୁନା ପଠାଯାଇଥିବା ବେଳେ ସେଥିରୁ ୨ଟି ନେଗେଟିଭ୍ ଆସିଥିଲା ଓ ଜଣଙ୍କ ଶରୀରରେ ଜିକା ଭାଇରସ୍ ଚିହ୍ନଟ ହୋଇଥିଲା । ଜିକା ଭାଇରସ କିଭଳି ହୁଏ, ଲକ୍ଷଣ କ’ଣ ?

ଏଡିସ୍ ଇଜିପ୍ଟି ମଶା କାମୁଡ଼ିବା ଦ୍ୱାରା ଜିକା ସଂକ୍ରମଣ ହୁଏ । ଏହି ମଶା ଡେଙ୍ଗୁ ଓ ଚିକୁନ୍‌ଗୁନିଆ ସଂକ୍ରମଣ ପାଇଁ ମଧ୍ୟ ଦାୟୀ। ଜ୍ୱର, ଚର୍ମରେ ଦାଗ, ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା ଆଦି ଜିକା ଭାଇରସ ସଂକ୍ରମଣ ର ଲକ୍ଷଣ । ଏହି ଭାଇରସର ଲକ୍ଷଣଗୁଡ଼ିକ ସାଧାରଣତଃ ସାମାନ୍ୟ ଏବଂ ୨ରୁ୭ ଦିନ ପର୍ଯ୍ୟନ୍ତ ଏହା ରହିଥାଏ ।