ରକ୍ତ ହୀନତା ଦୂର ପାଇଁ ଅଭିନବ ପ୍ରୟାସ : ଅମ୍ଲାନ

0
120
ରକ୍ତ ହୀନତା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୧୨) : ରକ୍ତ ହୀନତା ତଥା ଆନିମିଆ ମୁକ୍ତ ଅଭିଯାନ ନିମନ୍ତେ ଓଡ଼ିଶା ସରକାର ବିଭିନ୍ନ ବିଦ୍ୟାଳୟ ରେ ଅମ୍ଲାନ ନାମକ ଅଭିଯାନ ଆରମ୍ଭ କରିଛନ୍ତି ।

ରକ୍ତ ହୀନତା ଦୂର ପାଇଁ ଅଭିନବ ପ୍ରୟାସ । ଏହି ଅମ୍ଲାନ କାର୍ଯ୍ୟକ୍ରମ କାଶୀନଗର ବ୍ଲକ ର ବିଭିନ୍ନ ବିଦ୍ୟାଳୟ ତଥା ଅଲଡା ଓ କାଶୀନଗର ଅଞ୍ଚଳ ର ବିଭିନ୍ନ ବିଦ୍ୟାଳୟ ରେ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ରେ ପରୀକ୍ଷା, ନିଦାନ, ଓ ଚିକିତ୍ସା କରାଯାଉଛି । ଯେଭଳିକି ଆନିମିଆ ଯୋଗୁଁ କାହାର ଯେଭଳି ମୃତ୍ୟୁ ନ ହୁଏ ସେଥି ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିବା ଜଣା ପଡ଼ିଛି । ଏହି କାର୍ଯ୍ୟକ୍ରମ ରେ ଏ ଏନ ଏମ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ସୁପର ଭାଇଜର ମାନେ ସାମିଲ ଥିବା ସୁପର ଭାଇଜର ଶ୍ରୀ ପ୍ରସନ୍ନ ଅଧିକାରୀ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।