ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

0
131
ଜିଲ୍ଲାପାଳଙ୍କ ଯୁଗ୍ମ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୯/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦ ଦ୍ଭାବନା ଗୃହ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି ।

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରେ ନୂତନ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଙ୍କ ଅଧକ୍ଷତାରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ଉପଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଲା ଆରକ୍ଷୀକ ଅଧିକାରୀ ବିବେକାନନ୍ଦ ଶର୍ମା, ସିଡିଏମ ଲାଲମୋହନ ରାଉତରାୟ ମଞ୍ଚାସୀନ ରହିଥିଲେ । ଏଥିରେ ମୋଟ ୪୭ ଟି ଅଭିଯୋଗ ଶୁଣାଣି ହୋଇଥିଲା । ସେଥିରୁ ୪୦ ଟି ବ୍ୟକ୍ତି ଗତ ସମସ୍ୟା ଓ ୭ ଟି ଗୋଷ୍ଠୀ ଭିତ୍ତିକ ସମସ୍ୟା ରହିଛି ।

ଏଥିରେ ପେନସନ, ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିଲେ ବି ନିଜ ଜମି ନାହିଁ, କେତେ ଲୋକଙ୍କ ଘରନାହିଁ ବୋଲି ବ୍ୟକ୍ତିଗତ ଦେଇଥିବା ବେଳେ ଗୋଷ୍ଠୀ ଭିତ୍ତିକ ରେ ଚାଷ ପାଇଁ ଜଳ ବ୍ୟବସ୍ଥା, ପୋଖରୀ ଓ ରାସ୍ତା ନିର୍ମାଣ ପାଇଁ ଲିଖିତ ଦେଇଥିଲେ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଧାମୁଣିପଙ୍ଗା ପଞ୍ଚାୟତର ଧାମଲିମା ଗାଁ’ର ଗୋଜି କୌଶଲ୍ୟା ଙ୍କୁ ୨୦ହଜାର ଟଙ୍କା ପ୍ରଦାନ କରାଯାଇଛି । ଏବଂ ୫୫ ଟି ଜଙ୍ଗଲ ଜମି ପଟା ବଣ୍ଟନ କରାଯାଇଛି । ଏଥିରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳ ଉକ୍ତ ଅଭିଯୋଗ ଗୁଡିକୁ ଉପସ୍ଥିତ ଅଧିକାରୀଙ୍କୁ ତୁରନ୍ତ ସମସ୍ୟାର ସମାଧାନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।