ରାୟଗଡ଼ା ଉପ-ଖଣ୍ଡ ରେ ଆଜିଠାରୁ ଖରିଫ ଧାନ ସଂଗ୍ରହ ନିମନ୍ତେ ଧାନ ମଣ୍ଡି ଶୁଭାରମ୍ଭ ହୋଇଛି

0
121
ରାୟଗଡ଼ା ଉପ-ଖଣ୍ଡ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୯/୧୨) : ରାୟଗଡ଼ା ଉପ-ଖଣ୍ଡ ରେ ଆଜିଠାରୁ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି lWhatsApp Image 2022 12 20 at 14.51.41 2 ରାୟଗଡ଼ା ଉପ-ଖଣ୍ଡ ରେ ଆଜିଠାରୁ ଖରିଫ ଧାନ ସଂଗ୍ରହ ନିମନ୍ତେ ଧାନ ମଣ୍ଡି ଶୁଭାରମ୍ଭ ହୋଇଛି

ଜିଲ୍ଲାପାଳ ସ୍ୱଧା ଦେବ ସିଂ ଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଏବଂ ଉପଜିଲ୍ଲାପାଳ ଭୀମସେନ ଶବର ଯୋଗଦେଇ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଶୁଭାରମ୍ଭ କରିଥିଲେ ଓ ଅନଲାଇନ ରେ ପଞ୍ଜିକୃତ ହୋଇଥିବା ଚାଷୀ ମାନଙ୍କର ରାୟଗଡ଼ା ଉପ-ଖଣ୍ଡ ରେ ଆଜିଠାରୁ ଧାନ କିଣା ଯିବା ନେଇ ନିଜର ବକ୍ତବ୍ୟରେ ଘୋଷଣା କରିଥିଲେ । ଜିଲ୍ଲାପାଳ ସ୍ଵଧା ଦେବ ସିଂ ଗତ ଧାନ କିଣା ନିମନ୍ତେ ଅନୁଷ୍ଠିତ ସ୍ଥାନୀୟ ଜିଲ୍ଲା ପରିଷଦ ସଭା ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ ରେ ନିଷ୍ପତ୍ତି ଅନୁଯାୟୀ ଆଜି ତା ୧୯ ତାରିଖ ରେ ମଣ୍ଡିରେ ଯୋଗ୍ୟ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ର ଶୁଭାରମ୍ଭ କରାଯାଇଛି ।

ଆସନ୍ତା ୨୬ତାରିଖରେ ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ମଣ୍ଡିରେ ଧାନ ମଣ୍ଡି ଶୁଭାରମ୍ଭ କରାଯିବ । ଜିଲ୍ଲାରେ ଥିବା ୪୨ଗୋଟି ସମ୍ପୃକ୍ତ ଧାନ ସଂଗ୍ରହ କେନ୍ଦ୍ର ରେ ଚାଷୀ ମାନେ ଟକନ ଅନୁଯାୟୀ ନିଜର ଧାନ ବିକ୍ରୟ କରିବେ । ଏଥିରେ ୧୪ ଗୋଟି ଲେମ୍ପ୍ ଜିଲ୍ଲା ପାଇଁ ଖରିଫ୍ ୨୦୨୨-୨୩ ବର୍ଷ ପାଇଁ ସରକାର ଙ୍କ ଦ୍ଵାରା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ୮୮୭୪୬.୨୬୮ମେଟ୍ରିକ ଟନ ଧାନ ୨୦୪୮୨ ଯୋଗ୍ୟ ଚାଷୀଙ୍କ ଠାରୁ ମଣ୍ଡି ମାଧ୍ୟମରେ ସଂଗ୍ରହ କରିବା ପାଇଁ ସ୍ଥିର କରାଯାଇଛି । ଧାନ କ୍ରୟ କରିବାର ତିନି ଦିନ ମଧ୍ୟରେ ଚାଷୀ ମାନଙ୍କୁ ପ୍ରାପ୍ୟ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ।

ଜିଲ୍ଲାର ସମସ୍ତ ଧାନ ସଂଗ୍ରହ ମଣ୍ଡି ରେ ଯୋଗ୍ୟ ଚାଷୀମାନେ ତାଙ୍କର ଧାନ ବିକ୍ରୟ କରିବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ୍ ହେବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଥିଲେ । ମଣ୍ଡି ରେ ଧାନ ସଂଗ୍ରହ ପ୍ରକ୍ରିୟା କୁ ସୂଚାରୁ ରୁପେ ପରିଚାଳନା କରିବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ସମସ୍ତ ବ୍ୟବସ୍ଥା ଯଥା ବସାବସି କରିବା ନିମନ୍ତେ ଅସ୍ଥାୟୀ ଟେଣ୍ଟ, ପିଇବା ପାଣି, ଜଗୁଆଳି ଓ ତେରପୋଲୀନ ବ୍ୟବସ୍ଥା କରାଯାଇଥିବା ବିଷୟରେ ରାୟଗଡ଼ା ଉପଜିଲ୍ଲାପାଳ ଶ୍ରୀ ଶବର ପ୍ରକାଶ କରିଥିଲେ ।

କୌଣସି ଯୋଗ୍ୟ ଚାଷୀ ଯେପରି ଏଥିରୁ ବଞ୍ଚିତ ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବା ପାଇଁ ନିୟନ୍ତ୍ରିତ ବଜାର କମିଟି, ଜିଲ୍ଲା ଯୋଗାଣ ବିଭାଗ କର୍ମଚାରୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ନିୟନ୍ତ୍ରିତ ବଜାର କମିଟି ତରଫରୁ ଚାଷୀ ମାନଙ୍କୁ ସଚେତନ କରିବାକୁ ଏକ ସଚେତନ ରଥ ମାଧ୍ୟମରେ ପରିକ୍ରମା କରାଯାଇଥିଲା । ସରକାରଙ୍କ ଦ୍ଵାରା ଧାର୍ଯ୍ୟ ମୁତାବକ ଏଏଫକ୍ୟୁ ମାନର ଧାନ କ୍ଵିଣ୍ଟାଲ ପିଛା ୨୦୪୦ ଟଙ୍କା ଓ ୨୦୬୦ ଟଙ୍କା ରହିଛି । ରାୟଗଡ଼ା ବ୍ଲକ ଅନ୍ତର୍ଗତ ରାୟଗଡ଼ା ଆର.ଏମ.ସି ୟାର୍ଡ କିମିତିପେଟାରେ ଆରେଏମସି ୟାର୍ଡରେ ରାୟଗଡ଼ା ଲ୍ୟାମ୍ପ ସହିତ ସଂଯୋଗ କରୁଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକର ସୋମବାର ଓ ଶନିବାର ଦିନ ଧନ କ୍ରୟ କରାଯିବ ।

ସେହିପରି ଏମ.ପି.ସିଏସ୍ ସହିତ ସଂଯୋଗ କରୁଥିବା ଗ୍ରାମ ପଞ୍ଚାୟତ ଗୁଡିକ ରାୟଗଡ଼ା ଆର.ଏମ.ସି ୟାର୍ଡରେ ଶନିବାର ଦିନ, କିମିତିପେଟାରେ ଆରେଏମସି ୟାର୍ଡରେରେ ଶୁକ୍ରବାର ଦିନ,ପିପଳଗୁଡା ଲ୍ୟାମ୍ପସ ପରିସରରେ ମଙ୍ଗଳବାର ଦିନ ଚାଷୀ ମାନଙ୍କ ଠାରୁ ଧାନ କିଣାଯିବ । କଲନାରା ବ୍ଲକର କଲନାରା ଲ୍ୟାମ୍ପସ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଗୁଡିକର ଧାନ ଲୋକପାଇ ଆର.ଏମ.ସି ୟାର୍ଡରେ ସୋମବାର ଓ ଶନିବାର, ମୁକୁନ୍ଦପୁର ଲ୍ୟାମ୍ପସ ପରିସରରେ ଶୁକ୍ରବାର ଦିନ, ଥେରୁବାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ମଙ୍ଗଳବାର ଦିନ କଲନାରା ଲ୍ୟାମ୍ପସ ସହିତ ସଂଯୋଗ କରୁଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକର ଧlନ କ୍ରୟ କରାଯିବ ।

ସେହିପରି କଲ୍ୟାଣସିଂପୁର ବ୍ଳକର କଲ୍ୟାଣସିଂପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଶୁକ୍ରବାର , ମାଝୀଗୁଡା ଓ ବୁଡ଼ାଗୁଡା ଆରଏମସି ୟାର୍ଡରେ ଯଥାକ୍ରମେ ସୋମବାର ଓ ବୁଧବାର ଦିନ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ । କାଶୀପୁର ବ୍ଳକର କାଶୀପୁର ଓ ଟିକିରି ଲ୍ୟାମ୍ପସ ଯଥା କ୍ରମେ ଶୁକ୍ରବାର ଏବଂ ବୁଧବାର କିଣାଯିବ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ, କୃଷକ ମାନଙ୍କ ପ୍ରତିନିଧି, ଯୋଗାଣ ବିଭାଗ ଅଧିକାରୀ ରାଜକିଶୋର ପାଣିଗ୍ରାହୀ ଓ କର୍ମଚାରୀ ଓ ଆରଏମସି ସମ୍ପାଦକ ବିପିନ ବିହାରୀ ସ୍ୱାଇଁ ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।