ଫ୍ରେଣ୍ଡସ ଆସୋସିଏସନ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ୨୦ତମ ତିଲେଶ୍ୱର କପ

0
98
ଫ୍ରେଣ୍ଡସ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୩/୧୨) : ହରଭଙ୍ଗା ବ୍ଲକ ତିଲେଶ୍ୱର ଫକୀର ଚରଣ ଖେଳ ପଡିଆରେ ତିଲେଶ୍ୱର ଫ୍ରେଣ୍ଡସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୨୦୨୨ ତିଲେଶ୍ୱର କପ ର ଆଜି ଦ୍ୱିତୀୟ ଦିନର ଖେଳ ଶେଷ ହୋଇଯାଇଛି ।

ଫ୍ରେଣ୍ଡସ ଆସୋସିଏସନ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ୨୦ତମ ତିଲେଶ୍ୱର କପ ର ଦ୍ୱିତୀୟ ଦିନ ଫୁଲବାଣୀ JD ଫୁଟବଲ କ୍ଳବ ସହିତ ରାମଧେନୁ ଫୁଟବଲ କ୍ଳବ ସୋନପୁର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା । ୨ଦଳ ୧/୧ ଗୋଲରେ ସମାନ ସ୍ଥିତିରେ ଥିବାରୁ ପେନାଲଟିକ ରେ ଫୁଲବାଣୀ ୪/୧ ଗୋଲ ରେ ବିଜୟୀ ହୋଇଥିଲା । ଏହି ଦ୍ୱିତୀୟ ଦିନ ଖେଳରେ ମୁଖ୍ୟ ଅତିଥି ଭାବେ ୮ ନଂ ଜୋନ ଜିଲ୍ଲାପରିଷଦ ତାରାମଣୀ ପ୍ରଧାନ, ଧଳପୁର ସରପଞ୍ଚ ସୁଜାତା କର୍ଣ୍ଣ, ବିରାନରସିଂ ପୁର ସରପଞ୍ଚ ଚନ୍ଦନା ବେହେରା, ବାଣିଭୂଷଣପୁର ସରପଞ୍ଚ ଶ୍ରୀମନ୍ତ ମେହେର, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣୀଆ ଉପସ୍ଥିତ ରହିଥିବା ବେଳେ ଦିଲ୍ଲୀପ ରାଉତ, ପ୍ରଦୀପ୍ତ ମହାନ୍ତି, ଅମ. ଡ଼ି. ଶାଖଲୀନ ଓ ରଞ୍ଜନ କୁମାର ଯୋଶୀ ଖେଳ ପରିଚାଳନା କରିଥିଲେ, ଭୈରବୀ କନିଷ୍ଠ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ମନୋଜ ପାଠି ଧାରାବିବରଣୀ ପ୍ରଦାନ କରିଥିଲେ ।