ବାର୍ଡ ଫ୍ଲୁ ଆତଙ୍କ : ୬ ହଜାରରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ

0
122
ବାର୍ଡ ଫ୍ଲୁ ଆତଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେରଳ/ଥିରୁଭନନ୍ତପୁରମ୍‌, (୨୬/୧୨) : କେରଳରେ ବାର୍ଡ ଫ୍ଲୁ ଆତଙ୍କ ଦେଖା ଦେଇଛି । ରାଜ୍ୟ ପଶୁପାଳନ ବିଭାଗ ସତର୍କ ସୂଚନା ଦେଇଛି ।

ବାର୍ଡ ଫ୍ଲୁ ଆତଙ୍କ ରାଜ୍ୟର କୋଟ୍ଟାୟାମ ଜିଲ୍ଲାର ୩ ଟି ଭିନ୍ନ ପଞ୍ଚାୟତରେ ଏହା ଯୋଗୁଁ ଇତିମଧ୍ୟରେ ୬୦୦୦ ରୁ ଅଧିକ ପକ୍ଷୀଙ୍କର ମୃତ୍ୟୁ ଘଟିଛି । ଶନିବାର ଜୀଇଲେ ର ଭେଚୁର, ନନ୍ଦୁର ଏବଂ ଅର୍ପୁକାରା ପଞ୍ଚାୟତରେ ମୋଟ ୬,୦୧୭ ପକ୍ଷୀଙ୍କର ମୃତ୍ୟୁ ଘଟିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଏଥିସହ ପ୍ରକାଶ ଯେ ଭେଚୁରରେ ପ୍ରାୟ ୧୩୩ ଟି ବତକ ଏବଂ ୧୫୬ ଟି କୁକୁଡ଼ା, ନେନ୍ଦୁରରେ ୨,୭୫୩ ବତକ ଏବଂ ଅର୍ପୁକାରାରେ ୨,୯୭୫ ବତକଙ୍କ ମୃତ୍ୟୁ ଘଟିଛି ।

ଲାକ୍ଷାଦ୍ୱୀପ ପ୍ରଶାସନ ବାର୍ଡ ଫ୍ଲୁ ବ୍ୟାପୁଥିବାକୁ ଦୃଷ୍ଟିରେ ରଖି କେରଳରୁ କୁକୁଡ଼ା ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବାର୍ଡ ଫ୍ଲୁ ଯୋଗୁଁ କେରଳ କୁକୁଡ଼ା ଏବଂ ବତକ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ପ୍ରଭାବିତ ଅଞ୍ଚଳରେ ଅଣ୍ଡା, ମାଂସ, କୁକୁଡ଼ା ଏବଂ ଘରୋଇ ପକ୍ଷୀ ବ୍ୟବହାର ତଥା ବିକ୍ରୟ ଉପରେ ଜିଲ୍ଲା ପ୍ରଶାସନ ପୂର୍ବରୁ ନିଷେଧାଦେଶ ଜାରି କରିଛନ୍ତି ।

ଏଥିସହ ଯେଉଁ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଥିବା ନିଶ୍ଚିତ ହୋଇଛି ସେହିସବୁ ଅଞ୍ଚଳରେ ପ୍ରତିଷେଧକ ଔଷଧ ଲୋକଙ୍କୁ ବଣ୍ଟନ କରାଯିବା ସହ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ନିୟୋଜିତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ୨୦୧୬ରେ ବାର୍ଡ ଫ୍ଲୁ କୁ ନିୟନ୍ତ୍ରଣ କରିବା ପାଇଁ ଆଲାପୁଜା ଏବଂ ପଠାନାମଥିଟା ଜିଲ୍ଲାରେ ଅତି କମ୍‌ରେ ୫ ଲକ୍ଷ କୁକୁଡ଼ା ଏବଂ ବତକଙ୍କୁ ମାରି ଦିଆଯାଇଥିଲା ।