ମହଙ୍ଗା ମାଡ଼ରୁ ଆରମ୍ଭ ନୂଆବର୍ଷ, ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍

0
92
ନୂଆବର୍ଷ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୧/୦୧) : ବର୍ଷ ଆରମ୍ଭରୁ ମହଙ୍ଗା ମାଡ଼ । ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍ ।

କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ୍ ପୁଣି ଥରେ ବଢ଼ିଛି । ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ୨୫ ଟଙ୍କା ଯାଏଁ ଦର ବୃଦ୍ଧି ହୋଇଛି । ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଗ୍ରା ସିଲିଣ୍ଡର ପିଛା ଦାମ୍ ୧୭୨୧ ଟଙ୍କାରେ ପହଞ୍ଚିଛି । ସେପଟେ ଘରୋଇ ତଥା ୧୫ କିଗ୍ରା ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନହିଁ । ଯଦିଓ ଗତ ବର୍ଷ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪ ଗୁଣ ବୃଦ୍ଧି କରାଯାଇଥିଲା, କିନ୍ତୁ ଜୁଲାଇ ୨୦୨୨ ପରଠାରୁ କୌଣସି ପରିବର୍ତ୍ତନ ହୋଇନାହିଁ ।