ବର୍ଷର ଶେଷ ଦିନରେ ଭୋଜି କରିବାକୁ ଡାକି ତଣ୍ଟିକାଟି ମାରିଦେଲେ

0
125
ବର୍ଷର

ରିପୋର୍ଟ : ଡ଼ସନ୍ତୋଷ କୁମାର ନାୟକ
ବଲାଙ୍ଗିର, (୦୧/୦୧) : ବର୍ଷର ଶେଷ ଦିନରେ ଭୋଜି କରିବାକୁ ଡାକି ଜଣେ ଟେଲରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ତଅଁଳା ଗାଁ’ରେ ।

ମୃତ ଟେଲରଙ୍କ ନାଁ ପୁରୁଷୋତ୍ତମ ବେହେରା । ଗତକାଲି ରାତିରେ ତାଙ୍କ ମୃତଦେହକୁ ତଅଁଳା ଗାଁ ନର୍ସରୀ ନିକଟରେ ଏକ ନାଳରେ ଠାବ କରାଯାଇଥିଲା । ପୁରୁଷୋତ୍ତମଙ୍କ ତଣ୍ଟିରେ କଟି ଯାଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ତଅଁଳା ଗାଁ’ର ଜଣେ ବ୍ୟକ୍ତି ପୁରୁଷୋତ୍ତମଙ୍କ ଠାରୁ ୬ ହଜାର ଟଙ୍କା ନେଇ ଆଉ ଫେରାଉ ନଥିଲା । ପୁରୁଷୋତ୍ତମ ବାରମ୍ୱାର ତାଙ୍କୁ ଟଙ୍କା ମାଗୁଥିଲେ ମଧ୍ୟ ସେ କିଛି ଶୁଣୁ ନଥିଲେ । ବର୍ଷର ଶେଷ ଦିନରେ ଭୋଜି କରିବାକୁ ଉକ୍ତ ବ୍ୟକ୍ତି ଫୋନ କରି ପୁରୋଷୋତ୍ତମକୁ ଭୋଜି କରିବାକୁ ଡାକି ଥିଲେ ।

ସେଠାରେ ତାଙ୍କ ଟଙ୍କା ମଧ୍ୟ ଫେରାଇ ଦେବେ ବୋଲି କହିଥିଲେ । ତେବେ ସନ୍ଧ୍ୟା ସୁଦ୍ଧା ପୁରୁଷୋତ୍ତମ ଘରକୁ ଫେରି ନଥିଲେ । ଗାଁ ନର୍ସରୀ ନିକଟରେ ଲୋକେ ତାଙ୍କ ବାଇକ୍ ଥିବା ଲୋକେ ଦେଖିଥିଲେ । ତା’ପରେ ଖୋଜାଖୋଜି କରିବାରୁ ନିକଟରେ ଥିବା ଏକ ନାଳରେ ପୁରୁଷୋତ୍ତମଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ବେଲପଡ଼ା ପୁଲିସ୍ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ଏକାଧିକ ଲୋକଙ୍କ ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି ।