ଘରକୁ ଫେରୁଥିବା ମହିଳାଙ୍କୁ ବାଟରେ ଗଣଦୁଷ୍କର୍ମ : ୩ ଅଟକ

0
141
ଘରକୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ଼, (୦୩/୦୧) : ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଗଣଦୁଷ୍କର୍ମ । ସୁନ୍ଦରଗଡ଼ ସଦର ଥାନା କୋପସିଂଘା ନିକଟରେ ଏହି କୁତ୍ସିତ ଘଟଣା ଘଟିଛି । ପୀଡିତା ଜଣଙ୍କ ମାଛ ବିକି ଘରକୁ ଫେରୁଥିବା ବେଳେ ଗଣଦୁଷ୍କର୍ମ ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।

ସେପଟେ ଘଟଣାର ତଦନ୍ତ କରି ପୁଲିସ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ମାମଲାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତକୁ ଧରିବାକୁ ପୁଲିସ ଚଢାଉ ଜାରି ରଖିଛି । ପୀଡ଼ିତା ଜଣକ ମାଛ ବିକି ଗୁଜୁରାଣ ମେଣ୍ଟାନ୍ତି । ଗତକାଲି ସୁନ୍ଦରଗଡ଼ ସହରରେ ମାଛ ବିକି ରାତି ପ୍ରାୟ ୮ଟାରେ ଘରକୁ ଫେରୁଥିଲେ । ସଦର ଥାନା କୋପସିଂହା ନିକଟ ନିଛାଟିଆ ରାସ୍ତାରେ ସେ ଏକୁଟିଆ ଆସୁଥିବା ବେଳେ ୪ ଜଣ ଯୁବକ ଜୋରଜବରଦସ୍ତ ତାଙ୍କୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ମହିଳା ଜଣକ ବହୁ କଷ୍ଟରେ ଘଟଣାସ୍ଥଳରୁ ଆସି ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।