ଅରିଗାଁ ବିମଳିନୀ ଭାରତୀ ଚାଉଳ ଗୋଦାମ ରେ ଚାଉଳ ହଡପ

0
137
ଅରିଗାଁ ବିମଳିନୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୦୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ବିମଳିନୀ ଭାରତୀ ଚାଉଳ ଗୋଦାମ ରେ ମାଲିକ ଚାଉଳ ହଡପ କରିଥିବା ବିନିକା ଥାନାରେ ଅଭିଯୋଗ ହୋଇଥିଲା ।WhatsApp Image 2023 01 09 at 11.43.36 ଅରିଗାଁ ବିମଳିନୀ ଭାରତୀ ଚାଉଳ ଗୋଦାମ ରେ ଚାଉଳ ହଡପ

ଅରିଗାଁ ବିମଳିନୀ ଭାରତୀ ଚାଉଳ ଗୋଦାମ ରେ ଚାଉଳ ହଡପ ଘଟଣା । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜ୍ଜୁ କରିଛି । ସୂଚନା ଅନୁସାରେ ଗତ ଡିସେମ୍ବର ୧୪ ତାରିଖ ଉକ୍ତ ଗୋଦାମ ରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ପରେ ଜିଲ୍ଲା ଯୋଗାଣ ବିଭାଗ ତଦନ୍ତ ରେ ଆସିଥିଲେ । ତଦନ୍ତ ରୁ ଜଣା ପଡିଥିଲା ଯେ ଗୋଦାମ ରେ ହଜାର ହଜାର କ୍ଵିଣ୍ଟାଲ ଚାଉଳ ଷ୍ଟକ ନଥିଲା । ତେବେ ଏ ନେଇ ଏସିଏସଓ ତ୍ରିନାଥ ଭୋଇ ଗତ ୫ ତାରିଖ ଗୋଦାମ ମାଲିକ ୧୦୮୯୩ କ୍ଵିଣ୍ଟାଲ ଚାଉଳ ହଡପ କରିଥିବା ଥାନାରେ ଗୋଦାମ ମାଲିକ ବିମଳିନୀ ଭାରତୀ ଓ ତାଙ୍କ ପୁଅ ପ୍ରତାପ ଭାରତୀ ଙ୍କ ନାମରେ ଅଭିଯୋଗ କରିଛନ୍ତି ।

ପ୍ରକାଶଥାଉକି ଗୋଦାମ ମାଲିକ ଇତି ମଧ୍ୟରେ ୧୦୯୧୩ କ୍ୱିଣ୍ଟାଲ ଚାଉଳ ପାଣିସିଆଲି ଗୋଦାମ କୁ ରିକୋଭାରୀ ଦେଇଥିବା ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏତେଦିନ ପରେ ଏବଂ ଚାଉଳ ରିକୋଭରୀ ଦେବାର ଦିନକ ପରେ ଥାନା ରେ ଏତେଲା ଦେବା ଯୋଗାଣ ବିଭାଗ ର କାର୍ଯ୍ୟକଳାପ କୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଅନ୍ୟପକ୍ଷରେ ଗୋଦାମ ଦାୟିତ୍ୱ ରେ ଥିବା ପି.ଆଇ କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଶୁଣିବାକୁ ମିଳୁଛି ।