ଯୁବକଙ୍କ ଉପରେ ଏସିଡ୍‌ ପକାଇ ଚମ୍ପଟ ମାରିଲେ ଦୁର୍ବୁତ୍ତ

0
116
ଯୁବକଙ୍କ ଉପରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେବଗଡ଼, (୧୦/୦୧) : ଦେବଗଡ଼ ଜିଲ୍ଲା ପୌରାଞ୍ଚଳ ମୁଣ୍ଡା ସାହିର ଜଣେ ଯୁବକଙ୍କ ଉପରେ ଏସିଡ୍ ମାଡ଼ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଯୁବକଙ୍କ ଉପରେ ଏସିଡ୍‌ ପକାଇ ଚମ୍ପଟ ମାରିଲେ ଦୁର୍ବୁତ୍ତ । ଯୁବକ ଜଣଙ୍କ ହେଲେ ୧୦ ନମ୍ବର ୱାର୍ଡ ମୁଣ୍ଡା ସାହିର ସିକନଙ୍କ ପ୍ରଧାନ(୨୨) ବର୍ଷ । ସିକନଙ୍କ ମୁହଁ, ମୁଣ୍ଡ ଓ ହାତରେ ଏସ୍‌ଡି ପଡ଼ି ପୋଡ଼ି ଯାଇଛି । ଗତକାଲି ସାଢ଼େ ଆଠଟା ସମୟରେ ସିକନ ବଜାରରୁ ଘରକୁ ଚାଲି ଚାଲି ଆସୁଥିଲେ । ଏହି ସମୟରେ ୩ ଜଣ ଯୁବକ ବାଇକ୍‌ରେ ଆସି ମୁଣ୍ଡା ସାହି ନିକଟରେ ସିକନଙ୍କ ଉପରକୁ ଏସିଡ୍‌ ମାଡ଼ କରି ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ସିକିନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସିକନଙ୍କ ଉପରକୁ ଯୁବକମାନେ କାହିଁକି ଏସ୍‌ଡି ମାଡ଼ କଲେ ତାର କାରଣ ଜଣାପଡ଼ି ନାହିଁ । ପୂର୍ବ ଶତ୍ରୁତା ଥିଲା ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି ।