ଜାତୀୟସେବା ଯୋଜନା ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ଓ ବାର୍ଷିକ କ୍ରିଡ଼ା ଉତ୍ସବ ପାଳିତ

0
91
ଜାତୀୟସେବା ଯୋଜନା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣପୁର, (୧୨/୧) : ଆଜି ଗୁଣୁପୁର ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି ।

ଜାତୀୟସେବା ଯୋଜନା ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ଓ ବାର୍ଷିକ କ୍ରିଡ଼ା ଉତ୍ସବ ପାଳିତ । ମହାବିଦ୍ୟାଳୟର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶଶିଭୂଷଣ ମହାନ୍ତି, କାର୍ଯ୍ୟକ୍ରମ ଅଧିକାରୀ ଅମୀୟ ରଞ୍ଜନ ମହାନ୍ତି, ସୁଶ୍ରୀ ଦେବୀଶ୍ରି ମହାପାତ୍ର, ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବିବେକାନନ୍ଦଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦିପ ପ୍ରଜ୍ୱଳନ କରିଥିଲେ । ପରେ ଯୁବ ସେବି ମାନଙ୍କୁ ଉଦବୋଧନ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ, ଦେଶ ମାତୃକାର ସେବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ପରିସରରେ ୩୫ ତମ ବାର୍ଷିକ କ୍ରିଡ଼ା ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଉଦ୍ଘାଟନ କରିଥିଲେ ।

ଏହା ପୂର୍ବରୁ ମା ମଙ୍ଗଳା ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ବାହାରି ମହାବିଦ୍ୟାଳୟରେ ପହଞ୍ଚି ଥିଲା ଖେଳ ଶିକ୍ଷକ ଦେବୀ ପ୍ରସାଦ ତତ୍ତ୍ୱାବଧାନରେ ଦଉଡ ପ୍ରତୀଯୋଗିତା ଲମ୍ବ ଡ଼ିଆ, ଉଚ୍ଚ ଡିଆଁ, ଦୌଡ ପ୍ରତିଯୋଗିତା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ କର୍ମଚାରୀ ମାନେ ଉପସ୍ଥିତ ରହି ସଫଳ କରାଇଥିଲେ । ସେହିପରି ବିଶ୍ଵ କପ୍ ହକିର ପ୍ରଚାର ଓ ପ୍ରସାର ତଥା ଛାତ୍ର ଓ ଛାତ୍ରୀଙ୍କୁ ସଚେତନ କରିବା ପାଇଁ ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଛାତ୍ର ମାନଙ୍କ ମଧ୍ୟରେ ଆଜି ରଂଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।