ଫାର୍ମ ପୋଖରୀରେ ମାଛ ଚାଷ”, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଚାଷୀଙ୍କ ତାଲିମ ଶିବିର ଅନୁଷ୍ଠିତ 

0
162
ଫାର୍ମ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣପୁର, (୧୩/୧) : ଆଜି ଆଇ ଟି ସି ଏବଂ ମାସ୍ ର ଆନୁକୁଲ୍ୟରେ “ଫାର୍ମ ପୋଖରୀରେ ମାଛ ଚାଷ” ପାଇଲଟ୍ ରୂପରେ ପଦ୍ମପୁର ବ୍ଲକର ରୟାଲପଦର ଗ୍ରାମର ମୁଖ୍ୟତଃ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଚାଷୀଙ୍କ ତାଲିମ ଶିବିର ଅନୁଷ୍ଠିତ ।WhatsApp Image 2023 01 13 at 19.34.46 ଫାର୍ମ ପୋଖରୀରେ ମାଛ ଚାଷ", ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଚାଷୀଙ୍କ ତାଲିମ ଶିବିର ଅନୁଷ୍ଠିତ 

ଫାର୍ମ ପୋଖରୀରେ ମାଛ ଚାଷ”, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ତାଲିମ ଶିବିର ରେ ଚାଷୀ ମାନେ କିପରି ଭାବରେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷକୁ ଅବଲମ୍ବନ କରି ନିଜକୁ ସ୍ୱାବଲମ୍ବୀ କରିପାରିବେ ତାହା ସ୍ଥିରୀକୃତ କରାଯାଇଥିଲା । ପଦ୍ମପୁର ବ୍ଲକର ମୁଖ୍ୟ ମତ୍ସ୍ୟ ଅଧିକାରୀ ଏବଂ ମ।ସ୍ ର କର୍ମକର୍ତ୍ତା ଉପସ୍ଥିତ ରହି ଚାଷୀ ମାନଙ୍କୁ ମାଛଚାଷ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ ।

ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲାରେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ଅବଲମ୍ୱନ କରି, ଚାଷୀ ନିଜର ଜୀବିକାକୁ ସ୍ୱାବଲମ୍ୱୀ କରି ପାରିବେ । ମାଛଚାଷ ସମ୍ବନ୍ଧରେ ଟିକିନିଖି ଖବର ପାଇ ଏହାକୁ ମାଛଚାଷ କ୍ଷେତ୍ରରେ ପ୍ରୟୋଗ କରିବେ ବୋଲି ଚାଷୀମାନେ କହିଛନ୍ତି । ଏହି କାର୍ଯ୍ୟକ୍ରମଟି ଆଇ.ଟି. ସି ଏବଂ ମାସ୍ ର ଆନୁକୁଲ୍ୟରେ ତ୍ୱରାନ୍ୱିତ ହୋଇଥିଲା ।