ଜୁପିଟରଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ୨୦୨୨-୨୩ ଶିକ୍ଷାବର୍ଷ ର କ୍ରୀଡା ମହୋତ୍ସବ

0
193
ଜୁପିଟରଆନ୍ତର୍ଜାତୀୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୪/୦୧) : ୧୩-୧-୨୦୨୩ ରିଖ ଶୁକ୍ରବାର ଦିନ ଜୁପିଟରଆନ୍ତର୍ଜାତୀୟ ବିଦ୍ୟାଳୟ ପରିସର ରେ ବିଦ୍ୟାଳୟର କ୍ରୀଡା ଉତ୍ସବ ‘ଉଣ୍ଡକାଇ’ ପାଳିତ ହୋଇ ସାରିଛି ।

ଜୁପିଟରଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଗତ ୧୨ ଜାନୁଆରୀ ୨୦୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆଜି ୧୩ ଜାନୁଆରୀ ୨୦୨୩ ତାରିଖରେ ଉଦଯାପିତ ହୋଇଯାଇଛି । ସୁସ୍ଥ ଭାରତ ର ଚିନ୍ତାଧାର ନେଇ ସ୍ଥାନୀୟ ରୟତ କଲୋନୀ ସ୍ଥିତ ଶିବ ମନ୍ଦିର ରେ ପ୍ରଦୀପ ପ୍ରଜ୍ଵଳନ ସହ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମଶାଲ ଯାତ୍ରା ଆରମ୍ଭ ହୋଇ ବିଦ୍ୟାଳୟ ପରିସରରେ ପହଞ୍ଚି ଥିଲା । ବିଦ୍ୟାଳୟ ପରିସର ରେ ନିଦ୍ୟାଳୟ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରସାଦ ରଥ, ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ତଥା ବିଦ୍ୟାଳୟ ର ଉପଦେଷ୍ଟା ଶ୍ରୀ ସୂର୍ଯ୍ୟ ନାରାୟଣ ତ୍ରିପାଠୀ କ୍ରୀଡା ମଶାଲ କୁ ସ୍ୱାଗତ କରିଥିଲେ ।

ଏହି ଅବସରରେ ଶ୍ରୀ ରଥ ପ୍ରଦୀପ ପ୍ରଜ୍ଵଳନ କରିବା ସହ ଜୀବନରେ କ୍ରୀଡ଼ାର ମହତ୍ତ୍ୱ ତଥା କ୍ରୀଡା କିପରି ଜୀବନ ଶୈଳୀ କୁ ପ୍ରଭାବିତ କରିଥାଏ ଶିକ୍ଷର୍ଥୀ ମାନଙ୍କୁ ବୁଝାଇବା ସହ ଶ୍ରୀଯୁକ୍ତ ତ୍ରିପାଠୀ କ୍ରୀଡା ଶରୀର ଗଠନ ସହ ସୁସ୍ଥ ମାନସିକତା ଗଠନରେ ସହାୟକ ହୋଇଥାଏ ବୋଲି ମନ୍ତବ୍ୟ ଦେଇଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଣ୍ଡା ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ ସହ ଶାରୀରିକ ଶିକ୍ଷା ମଧ୍ୟ ସେମାନଙ୍କ ଧ୍ୟେୟ ହେବା ଉଚିତ ବୋଲି ଉପଦେଶ ଦେଇଥିଲେ । ଏହି କ୍ରୀଡା ମହୋତ୍ସବ ରେ ଟାଗୋର ହାଉସ ସର୍ବଶ୍ରେଷ୍ଠ ସ୍ଥାନ ଅଧିଗ୍ରହଣ କରିଥିବା ବେଳେ ଭାବା ହାଉସ ଦ୍ଵିତୀୟ ଓ ରାମାନୁଜମ ହାଉସ ତୃତୀୟ ସ୍ଥାନ ଅଧିଗ୍ରହଣ କରିଥିଲା । ଉକ୍ତ ଉତ୍ସବ ର ସଫଳ ରୂପାୟନ ପଛରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଛାତ୍ର ପରିଷଦର ସହଯୋଗ ନିରବିଛିନ୍ନ ଭାବରେ ରହିଥିଲା ।