ସାନ ଭଉଣୀ ସାମ୍ନାରୁ ବଡ଼ ଭଉଣୀଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ

0
111
ସାନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୧୫/୦୧) : ସାନ ଭଉଣୀ ଆଖି ଆଗରୁ ବଡ଼ ଭଉଣୀଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ । ଏପରି ଘଟଣା ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଞ୍ଚଳରେ ଘଟିଛି । ଏ ନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି ।

ବାପା ପେଶାରେ ଜଣେ ଡ୍ରାଇଭର । ସବୁଦିନ ପରି ଗତ ୧୧ ତାରିଖରେ ଗାଡ଼ି ଚଳାଇବା ପାଇଁ ଗୁମୁଡ଼ା ଯାଇଥିଲେ । ଆଉ ତାଙ୍କ ସ୍ତ୍ରୀ ମେଡ଼ିକାଲ୍‌ ଯାଇଥିଲେ । ଘରେ ୧୬ ଓ ୧୨ ବର୍ଷର ଦୁଇ ଝିଅ ଥିଲେ । ଏହା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶିଥିଲେ । ସାନ ଝିଅକୁ ଗୋଟିଏ ଘରେ ପୂରାଇ ଖିଡ଼ିକି ବନ୍ଦ କରିଦେଇଥିଲେ । ପରେ ୧୬ ବର୍ଷୀୟା ବଡ଼ ଝିଅକୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଯାଇଥିଲେ ।

ବାପା-ମାଆ ଘରକୁ ଫେରି ଦୁଇ ଝିଅଙ୍କୁ ଖୋଜିଥିଲେ । ମାତ୍ର ସେମାନଙ୍କ ପତ୍ତା ପାଇନଥିଲେ । ଖୋଜାଖୋଜି ପରେ ଘର ଭିତରୁ ସାନ ଝିଅର ପାଟି ଶୁଭିଥିଲା । କବାଟ ଖୋଲିବା ପରେ ସାନ ଝିଅ ସବୁ କଥା କହିଥିଲେ । ଏହା ପରେ ପୀଡ଼ିତାଙ୍କ ବାପା ଏ ନେଇ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି ପୁଲିସ ଘଟଣାର ତଦନ୍ତ ଚଳାଇଛି । ବର୍ତ୍ତମାନ ସୁଦ୍ଧା ଅପହରଣ ହୋଇଥିବା ନାବାଳିକାଙ୍କୁ ପୁଲିସ୍‌ ଉଦ୍ଧାର କରିପାରି ନାହିଁ ।