ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୦୧) : ମାଁ ମାନେ ସଶକ୍ତ ହେଲେ ରାଜ୍ୟ ସଶକ୍ତ ହେବ, ମାଁ ମାନଙ୍କୁ ସମସ୍ତ କ୍ଷେତ୍ରରେ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ ବୋଲି ସ୍ଥାନୀୟ ସୋନପୁର ବ୍ଲକ ମିଶନ ଶକ୍ତି ଗୃହ ଉଦଘାଟନ କରି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ମାନ୍ୟବର ସଂସଦୀୟ ବ୍ୟାପାର ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ମାଁ ମାନଙ୍କ ଗୋଷ୍ଠୀ ଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ ରେ ଏହି ଗୃହ ବିଶେଷ ସହାୟକ ହେବା ସହ ଏହା ଦ୍ୱାରା ମାଁ ମାନେ ବ୍ୟବସ୍ଥିତ ଓ ସୁରକ୍ଷିତ ଭାବେ ସେମାନଙ୍କର କାର୍ଯ୍ୟକ୍ରମ କୁ ଆଗେଇ ନେଇ ଜିଲ୍ଲାର ତଥା ରାଜ୍ୟ ର ଅର୍ଥନୈତିକ ବିକାଶରେ ବିଶେଷ ସହାୟକ ହୋଇପାରିବେ । ପ୍ରାୟ ୫୦ ଲକ୍ଷ ଟଙ୍କା ଅର୍ଥ ଅନୁଦାନ ବ୍ୟୟ ରେ ଏହି ବ୍ଲକ ମିଶନ ଶକ୍ତି ଗୃହ ର ନିର୍ମାଣ କରାଯାଇଥିବା ସୂଚିତ କରାଯାଇଛି ।
ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅଧିକ୍ଷଣ ଯନ୍ତ୍ରୀ ପି ଡବ୍ଲୁ ଡି ଦାମୋଦର କୈବର୍ତ୍ତ, ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ବି ଡି ଓ ସୋନପୁର ସୌମ୍ୟ ରଞ୍ଜନ ସ୍ୱାଇଁ, ଡି ପି ସି ମିଶନ ଶକ୍ତି କାର୍ତ୍ତିକ ନାୟକ, ଡି ଏସ ଡବ୍ଲୁ ଓ ରେଣୁବାଳା ଦାଶ, ସିଡିପିଓ ନିବେଦିତା ସରାଫ, ବ୍ଲକ ମିଶନ ଶକ୍ତି ଫେଡେରେସନ କର୍ମକର୍ତ୍ତା,ବିଭିନ୍ନ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ଜିଲ୍ଲାର ବିଭିନ୍ନ ପିଆରଆଇ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।