ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଉଦଘାଟିତ, ଯୋଗ ଦେଲେ ମନ୍ତ୍ରୀ ଓ ବିଧାୟକ

0
100
ସୁବର୍ଣ୍ଣ ଲୋକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୦୧) : ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ଓ ନୃତ୍ୟ ଗୀତ ର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇ ଯାଇଛି ।WhatsApp Image 2023 01 15 at 12.46.18 ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଉଦଘାଟିତ, ଯୋଗ ଦେଲେ ମନ୍ତ୍ରୀ ଓ ବିଧାୟକ

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା କଳା ସଂସ୍କୃତି ସଂଘ ସୁବର୍ଣ୍ଣପୁର ଦ୍ୱାରା ଶ୍ରୀ ରାମେଶ୍ୱର ଷ୍ଟାଡିଅମ ଠାରେ ବର୍ଣ୍ଣାଢ୍ୟ ପରିବେଶ ରେ ଆୟୋଜିତ ସୁବର୍ଣ୍ଣ ଲୋକ ଉତ୍ସବ କୁ ମାନ୍ୟବର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରା, ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ଏଇ ମହୋତ୍ସବ ର ନୁଆଁ ପଡିଆ ଓ ସହର କୁ ଆହୁରି ସୁନ୍ଦର କରିବା ପାଇଁ ଦୃଢ଼ ସଂକଳ୍ପ ନେଇ ଜିଲ୍ଲା ର ବେକାର ଯୁବକ ଯୁବତୀ ଙ୍କୁ ଆତ୍ମ ନିଯୁକ୍ତି ର ସୁଯୋଗ ପାଇଁ ବିଭିନ୍ନ ସରକାରୀ ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ମତ ରଖିଥିଲେ ।

ସମ୍ବାନୀତ ଅତିଥି ବିଧାୟକ ଶ୍ରୀ ବେହେରା କହିଥିଲେ ଯେ, ସୋନପୁର କୁ ସୁବର୍ଣ୍ଣପୁର ଗଢିବା କୁ ଆପଣ ମାନଙ୍କ ଯେଭଳି ସହଯୋଗ ରହିଥିଲା ଆଗକୁ ଏହାର ଅଭିବୃଦ୍ଧି ପାଇଁ ଆପଣଙ୍କ ଙ୍କ ସହଯୋଗ ଓ ସମନ୍ୱୟ ଜାରି ରଖିବାକୁ ନିବେଦନ କରିଥିଲେ । ସଭା କୁ ଲୋକ ସମ୍ପର୍କ ବିଭାଗ ର ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପ ଜ଼ିଲ୍ଲାପାଳ ଡ଼ଃ ଈପସିତା ପ୍ରିୟଦର୍ଶନୀ ମିଶ୍ର ସଂଯୋଜନା କରିଥିଲେ । ସଭାରେ ସମସ୍ତ ଅତିଥି ଙ୍କ ଦ୍ୱାରା ଉତ୍ସବ ର ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଓଡିଶାର ସୁନାମଧନ୍ୟ କଳାକାର ଙ୍କ ଓଡିଶୀ ନୃତ୍ୟ ଏବଂ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ର ଫକୀର ପଟ୍ଟନାୟକ ମଞ୍ଚ ରେ ବଲିଉଡ ଓ ଓଲିଉଡ଼ ସିଙ୍ଗର ଅଭିଜିତ ମଜୁମଦାର, ମୁନ ମୁନ ସିଂ, ଅର୍ପିତା ଚୌଧୀରି, ସଂଜୁ ମହାନ୍ତି ଙ୍କ ଦ୍ୱାରା ସଂଗୀତ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଯାହାକି ବିଳମ୍ବିତ ରାତି ଯାଏ ଅଗଣିତ ଦର୍ଶକ ଖୁବ ମଜା ନେଇଥିଲେ । ଆଜି ସକାଳେ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଙ୍କ ଠାରେ ପୂଜାର୍ଚନା ଓ ମା ଙ୍କୁ ଆହ୍ୱାନ ପରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ର ଶହ ଶହ କଳାକାର ଙ୍କୁ ନେଇ ଆଜି ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଉଦଘାଟନ ପାଇଁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ମା ଙ୍କ ମନ୍ଦିର ରୁ ବାହାରି ସହର ପରିକ୍ରମା କରିଥିଲା । ଦିନ ୧୧ ଟା ବେଳେ ମହୋତ୍ସବ ର ଷ୍ଟାଡିଅମ ର ଫକୀର ପଟ୍ଟନାୟକ ମଞ୍ଚ ରେ ପୂଜା ଅର୍ଚନା ହୋଇଥିଲା । ଏସପି ଅମରେଶ ପଣ୍ଡା, ଏ ଡି ଏମ ସୂର୍ଯ୍ୟ ନାରାୟଣ ଦାଶ, ନିହାର ରଞ୍ଜନ କଅଁର, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଙ୍କ ସମେତ ଜିଲ୍ଲା ର ସମସ୍ତ ପଦାଧିକାରୀ, ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଓ ଜନସାଧାରଣ ଯୋଗ ଦେଇଥିଲେ ।