ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଘେରାଉ ସହ ପ୍ରତିବାଦ

0
96
ନବନିର୍ମାଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୨୧/୦୧) : ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନ ଘେରାଉ । ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଘେରାଉ ସହ ପ୍ରତିବାଦ କରାଯାଇଛି ।

ଜଗତସିଂହପୁର ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା ହୋଇଥିବା ବେଳେ ମଣ୍ଡି ଓ ମିଲରଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ବଦଳ ରେ ନିରୀହ ଚାଷୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ୧୨ ଜଣ ଚାଷୀ ଙ୍କୁ ମିଥ୍ୟାରୋପରେ ଗିରଫ କରିଥିବା ଅଭିଯୋଗ ହୋଇଛି । ତାକୁ ବିରୋଧ କରି ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ ହେଉଛି । ଏହା ସହ ଯାଜପୁର ରେ ନିବନିର୍ମାଣ କୃଷକ ର ରାଲି ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ ର ନାଲି ଆଖି ଓ ମାଡ଼ ଧମକ କୁ ନେଇ ମଧ୍ୟ ପ୍ରତିବାଦ କରାଯାଇଛି । ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।