ବିଜେପି ର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରୀଣୀ ବୈଠକ

0
105
ବିଜେପି ର ଦୁଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୧/୦୧) : ଆଜିଠୁ ବିଜେପି ର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରୀଣୀ ବୈଠକ

ବିଜେପି ର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ । ଏହି ବୈଠକ ରେ ଯୋଗଦେବେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ଡି ପୁରନ୍ଦେଶ୍ବରୀ, ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଦଳର ସମସ୍ତ ସାଂସଦ ଓ ବିଧାୟକ । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସହ ରାଜ୍ୟରେ ଆଇନ ଶୃଙ୍ଖଳା, ବେକାରୀ ସମସ୍ୟା, ଋଣ ଭାର ପ୍ରସଙ୍ଗରେ ହେବ ଆଲୋଚନା ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ତଥା ଚାଷୀ ସମସ୍ୟା ନେଇ ମଧ୍ୟ କାର୍ଯ୍ୟକାରୀଣୀ ବୈଠକରେ ଆଲୋଚନା କରାଯିବ । ସେହିପରି ରାଷ୍ଟ୍ରୀୟ କାର୍ଯ୍ୟକାରୀଣୀରେ ସ୍ଥାନ ପାଇଥିବା ବିଷୟ ଗୁଡିକ ଉପରେ ଆଲୋଚନା କରାଯିବା ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଓ ୨୨ ରେ ହୋଟେଲ ପଦ୍ମଜାରେ ବସିବ ବୈଠକ ।