ଅର୍ଦ୍ଧଦଗ୍ଧ ମହିଳା ଙ୍କ ମୃତ ଦେହ ଉଦ୍ଧାର, ପୋଡ଼ି ହତ୍ୟା କରି ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି

0
189
ଅର୍ଦ୍ଧଦଗ୍ଧ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ସଇଁତଳା, (୨୫/୦୧) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସଇଁନ୍ତଲା ବ୍ଲକ ର ଘୁନସର ଗ୍ରାମ ପଞ୍ଚାୟତର ଦେଢ଼େଲ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମଙ୍ଗଳବାର ଉଦ୍ଧାର କରାଯାଇଛି ।

ସୂଚନାନୁଯାଇ ଦେଢ଼େଲ ଜଙ୍ଗଲ ରେ କିଛି କାଠ ସଂଗ୍ରହ କରି ଯାଇଥିବା ଲୋକେ ଦରପୋଡ଼ା ଅବସ୍ଥା ରେ ଜଣେ ମହିଳା ଙ୍କ ସବ ପଡ଼ି ରହିଥିବା ଦେଖି ସଇଁତଳା ପୋଲିସ୍ କୁ ସୂଚନା ଦେଇଥିଲେ । ଉକ୍ତ ମୃତ ଅର୍ଦ୍ଧଦଗ୍ଧ ମହିଳା ସଇଁତଳା ଥାନା ଅନ୍ତର୍ଗତ ଠୂରନିକାନି ଗାଁ’ର ରତିନି ରଣା (୫୫) ବୋଲି ଜଣାଯାଇଛି । ଏ ନେଇ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀମତି ଅଙ୍କିତା କୁମ୍ଭାର, ସଇଁନ୍ତଲା ଥାନା ଅଧିକାରୀ ଅବନି ସାହୁ ଓ ଏଏସଆଇ ଥବୀର ମହାରଣା ପ୍ରମୁଖ ସଦଳ ବଳେ ଘଟଣା ସ୍ଥଳ ରେ ପହଞ୍ଚି ସବିଶେଷ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ପ୍ରକାଶ ଯେ, ମୃତ ରତିନି ଗତ ସୋମବାର ଦିନ ସକାଳୁ ତାଙ୍କର କପା ବିଲକୁ ପ୍ରତିଦିନ ପରି ଯାଇ ଘରକୁ ଫେରି ନ ଥିଲେ । ପରିବାର ଲୋକେ ତାଙ୍କୁ ଅନେକ ଖୋଜା, ଖୋଜି କରିବା ସତ୍ତ୍ଵେ କିଛି ଖବର ପାଇ ନ ଥିଲେ ।

ମଙ୍ଗଳବାର ଦିନ ସ୍ଥାନୀୟ ଜଙ୍ଗଲରୁ ତାଙ୍କ ତାଙ୍କର ଅର୍ଦ୍ଧଦଗ୍ଧ ପୋଡ଼ା ମୃତଦେହ ଦେଖି କିଛି ବ୍ୟକ୍ତି ପୋଲିସ କୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ତାଙ୍କ ପରିଚୟ ମିଳି ଥିଲା । ଉକ୍ତ ଶବ ନିକଟରୁ ୨ଟି ଚପଲ, ଗୋଟିଏ ଛୋଟ ଧାରୁଆ ଛୁରୀ ଓ କିଛି ଲୁଗା ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଏଥିସହିତ ବିଲରୁ କିଛି ଦୂରରେ ମଦ ପାଉଚ ମଧ୍ୟ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ କରୁଥିବା ବେଳେ କେହି ନୃଶଂସ ଭାବେ ଉକ୍ତ ମହିଳା ଙ୍କୁ ଜାଳି ହତ୍ୟା କରିଥିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ଏପରି କି ପରିବାର ଲୋକେ ଏହି ଘଟଣା ରେ ସାମିଲ ଥାଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।