୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେଲା ଚାନ୍ଦିପୁର ପୋଲିସ

0
153
ଜଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ଵର, (୨୬/୦୨) : ଚାନ୍ଦିପୁର ପୋଲିସକୁ ଏକ ବଡ଼ ସଫଳତା । ଚାନ୍ଦିପୁର ଠାରେ ହୋଇଥିବା ଏକ ଡକାୟତି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ।

ଏହା ସହ ସେମାନଙ୍କ ନିକଟରୁ ନଗଦ ୯ ହଜାର ଟଙ୍କା ଓ ଗୋଟିଏ ୟମାହା ସ୍କୁଟିକୁ ମଧ୍ୟ ଜବଦ କରିଛି । ସୂଚନା ଅନୁଯାୟୀ ଗତ ୧୫ ତାରିଖରେ ଜନ ସ୍ମଲ ଫାଇନାନ୍ସ କମ୍ପାନୀର କର୍ମୀ କାର୍ଯ୍ୟ ସାରି ଫେରୁଥିବା ବେଳେ ତିନିଜଣ ଦୁର୍ବୃତ୍ତ ସେମାନଙ୍କ ନିକଟରୁ ଚାନ୍ଦିପୁର ଥାନା ଅଞ୍ଚଳରେ ଲୁଟ କରିଥିଲେ । ଏ ନେଇ କମ୍ପାନୀର କର୍ମଚାରୀ ଚାନ୍ଦିପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।