ହୋମିଓପାଥି ଚିକିତ୍ସା ଶିବିର ଅନୁଷ୍ଠିତ

0
81
ହୋମିଓପାଥି

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୨୭/୦୨) : ଆଜି କାଶୀନଗର ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ଵେଚ୍ଛାସେବୀ ସେବା ଓ ବିଜୁ ପଟନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ, ବ୍ରହ୍ମପୁର ସହଯୋଗ ରେ ଏକ ହୋମିଓପାଥି ଚିକିତ୍ସା ଶିବିର ଅନୁଷ୍ଠିତ ।

ଗଜପତି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟାକ୍ଷା ଵାଲା ସାଇ ଆମ୍ମା, କାଶୀନଗର ଏନ.ଏ.ସି ଅଧ୍ୟକ୍ଷା ଏମ.ସୁଦ୍ଧା ରାଣୀ, ସେବା ସଂସ୍ଥାର ପରିଚାଳକ କେ.ରାମା ରାଓ, ଏନ.ଏ.ସି ଉପ ନଗରପାଳ ରଘୁରମ ସାହୁ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତିରେ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ବ୍ରହ୍ମପୁର ବିଜୁ ପଟନାୟକ ହୋମିଓପାଥି କଲେଜ ର ଅଧ୍ୟକ୍ଷ ଡ଼ଃ ଏସ. ଏସ ସିଂ, ଡ଼ଃ ସୋମ୍ୟ ରଞ୍ଜନ ସାହୁ, ଡ଼ଃ ପି ମୀରାବାଈ, ଡ଼ଃ ସିଦ୍ଧାର୍ଥ ଶତପଥୀ ଆସି ହୋମିଓପାଥି ଚିକିତ୍ସା କରିବା ସହ ଔଷଧ ବିତରଣ କରିଥିଲେ. ଶତାଧିକ ଗରିବ ରୋଗୀ ମାନେ ଶିବିର ରେ ପହଂଚି ଚିକିତ୍ସା କରାଇଥିଲେ ।