ଲଛିପୁର ମେହେର କଲ୍ୟାଣ ମଣ୍ଡପ ଠାରେ ବିଜେଡିର ବ୍ଳକ ସ୍ତରୀୟ ସଂକଳ୍ପ ସମାବେଶ

0
200

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର,(୨୦/୮): ସୋନପୁର ସଦର ବ୍ଳକ ଲଛିପୁର ମେହେର କଲ୍ୟାଣ ମଣ୍ଡପ ଠାରେ ବ୍ଳକ ସ୍ତରୀୟ ବିଜେଡି ର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂକଳ୍ପ ସମାବେଶରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଧାୟକ ତଥା ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଝାରି ଯୋଗଦେଇ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଉପରେ ଅବଗତ କରିଇବା ସହିତ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଉପରେ ବୁଝାଇ ଥିଲେ ଏବଂ ରାଜ୍ୟ ଓ ରାଜ୍ୟ ବାହାରେ ଅଧିକାଂଶ ଡାକ୍ତରଖାନା ମାନଙ୍କରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡର ସୁବିଧା ସୁଯୋଗ ପାଇପାରିବେ ।

ଏହା ସହିତ ଦଲକୁ ମଜଭୁତ କରିବାକୁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ ଯୋଗଦେଇ ପଞ୍ଚାୟତ ସ୍ତରରେ କମିଟି ଗଠନ ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସୋନପୁର ଜିଲ୍ଲାରେ ଥିବା ସମସ୍ତ ଜିଲ୍ଲା ପରିଷଦ ଜୋନକୁ ନିର୍ବାଚନ ରେ ବିଜୟ କରିବା ସହିତ ସରପଞ୍ଚ ଠୁ ଆରମ୍ଭ କରି ୱ।ର୍ଡସଭ୍ୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଜିତାଇବାକୁ ସଂକଳ୍ପ ର ଡାକରା ଦେଇଥିଲେ । ଲଛିପୁର ମେହେର କଲ୍ୟାଣ ମଣ୍ଡପ ଠାରେ ବିଜେଡିର ବ୍ଳକ ସ୍ତରୀୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମକୁ ମନୋରଞ୍ଜନ ମିଶ୍ର ପରିଚାଳନା କରିଥିବାବେଳେ ପ୍ରହଲ୍ଲାଦ ନାୟକ ଧନ୍ୟବାଦ ଦେଇଥିଲେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ଯୁବ ସଭାପତି ଅଶୋକ ନନ୍ଦ ,ଉପସଭାପତି ରମେଶ ପୁଝାରି , ବ୍ଳକ ଅଧ୍ୟକ୍ଷ ମନ୍ଦାକିନି ନାଗ ,ଉପାଧ୍ୟକ୍ଷ ମାଧବି ଲତା କଅଁର ,ଛକୋରମାଲ ସରପଞ୍ଚ ଶଙ୍କର ପ୍ରସାଦ ସା , ଲଛିପୁର ସରପଞ୍ଚ ପୂର୍ଣ୍ଣିମା ଦାସ, ଖଲିଆପାଲି ସରପଞ୍ଚ ରଘୁନାଥ ଅଗ୍ରୱାଲ, ବିଶିମୁଣ୍ଡା ସରପଞ୍ଚ ମଧୁସୂଦନ ଓତା , ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ବସୁଦେବ ରଣା , ରଜକୁମାର ସୁନା , ଅନିତା ମେହେର, ମିନତି ସାହୁ ,ପ୍ରତାପ ଚାନ୍ଦ ,ଆଶିଷ ନନ୍ଦ, ସୋମନାଥ ହୋତାଙ୍କ ସମେତ ବ୍ଳକ ର ସମସ୍ତ ପଞ୍ଚାୟତ ର ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ ।