ପ୍ରଥମ ମାସିକ ଶିକ୍ଷା ସେତୁ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ : ଜିଲ୍ଲାପାଳଙ୍କ ପ୍ରଶଂସାପତ୍ର ପ୍ରଦାନ

0
220

ଜିଲ୍ଲାର ଗ୍ରାମାଞ୍ଚଳ ଛାତ୍ର /ଛାତ୍ରୀ ଙ୍କୁ ବ୍ୟବସ୍ଥିତ ଶିକ୍ଷାଦାନ ପ୍ରଦାନରେ ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ଗୁରୁଦାୟିତ୍ୱ 
ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର,(୨୧/୮) : ସୁବର୍ଣ୍ଣପୁର ଜିଲ୍ଲାପାଳ ଅଵୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ପ୍ରଥମ ମାସିକ ଶିକ୍ଷା ସେତୁ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ପ୍ରଥମ ସମୀକ୍ଷା ବୈଠକ ବିଭାଗୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି lf2a1607a 4d1f 47b6 8644 5cc6c80ff7cf ପ୍ରଥମ ମାସିକ ଶିକ୍ଷା ସେତୁ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ : ଜିଲ୍ଲାପାଳଙ୍କ ପ୍ରଶଂସାପତ୍ର ପ୍ରଦାନ

ସେ ଏହି ଅବସରରେ ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ଘରେ ଥିବା ପିଲା ମାନଙ୍କୁ ବ୍ୟବସ୍ଥିତ ଶିକ୍ଷାଦାନ ପ୍ରଦାନ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିବା ସହ କେହି ଛାତ୍ର ଛାତ୍ରୀ ଯେପରି ଶିକ୍ଷା ପାଇବାରୁ ବଞ୍ଚିତ ନ ହେବେ ସେଥିପ୍ରତି ଆବଶ୍ୟକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l ପୁନଶ୍ଚ ଉପସ୍ଥିତ ଅଧିକାରୀଙ୍କୁ ଛାତ୍ର ଛାତ୍ରୀ ତଥା ଅଭିଵାବକ ମାନଙ୍କ ସହ ମତ ବିନିମୟ ପୂର୍ବକ କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ, ସମୃଦ୍ଧ ଓ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଛନ୍ତି l ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ପ୍ରଥମ ମାସିକ ଶିକ୍ଷା ଶିକ୍ଷାସେତୁ କାର୍ଯ୍ୟକ୍ରମ ରେ ପ୍ରଶଂସନୀୟ ତଥା ଉଲ୍ଲେଖନୀୟ କାର୍ଯ୍ୟହେତୁ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ କୁ ପ୍ରଶଂସା କରିବା ସହ ସମ୍ପୃକ୍ତ ବ୍ଲକର ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି l

ସେହିପରି ଡୁଙ୍ଗୁରିପାଲି ଓ ସୋନପୁର ବ୍ଲକ ରେ ଏହି କାର୍ଯ୍ୟକ୍ରମ କୁ ଆହୁରି ସମୃଦ୍ଧ କରିବା ନିମନ୍ତେ ବ୍ଲକ ଅନ୍ତର୍ଗତ ଶିକ୍ଷାବିଭାଗ ରେ କାର୍ଯ୍ୟରତ ଅଧିକାରୀ ଆନ୍ତରିକତା ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି, ପୁନଶ୍ଚ ତରଭା ଓ ବିନିକା ବ୍ଲକ ରେ ଏହି କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ ତଥା ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବ୍ଲକର ବିଭାଗୀୟ ଅଧିକାରୀ ପ୍ରମୁଖ ବିଶେଷ ଯତ୍ନବାନ ହେବାକୁ ନିର୍ଦେଶ ପ୍ରଦାନ କରିଛନ୍ତି lac5d73ac 364c 4097 9596 52928683cc3f ପ୍ରଥମ ମାସିକ ଶିକ୍ଷା ସେତୁ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ : ଜିଲ୍ଲାପାଳଙ୍କ ପ୍ରଶଂସାପତ୍ର ପ୍ରଦାନ

ଜିଲ୍ଲାପାଳ ଏହି ଅବସରରେ ଶିକ୍ଷାସେତୁ କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ବ୍ଲକ ସ୍ତରରେ ଉଲୁଣ୍ଡା ବ୍ଲକ, କ୍ଲଷ୍ଟର ସ୍ତରରେ ଲୁତୁରପଙ୍କ କ୍ଲଷ୍ଟର, ସ୍କୁଲ ସ୍ତରରେ ସୋନପୁର ବ୍ଲକ ଅନ୍ତର୍ଗତ ଗଡିଆ ଉଚ୍ଚ ପ୍ରାଥମିକ ସ୍କୁଲ କୁ ପ୍ରସଂଶିତ କରିଥିବା ବେଳେ ବିଆରସି, ସିଆରସି, ତଥା ବିଭିନ୍ନସ୍କୁଲ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଶିକ୍ଷାସେତୁ କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି l

ଆଜିର ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ନିଶି ପୂନମ ମିଞ୍ଜ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତ୍ୟା, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ l