ରାସ୍ତାରେ ବୁଲୁଛନ୍ତି ୩ଟି କଲରାପତରିଆ ବାଘ

0
91
୩ଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୪/୦୩) : ବଲାଙ୍ଗୀର ସଇଁନ୍ତଲା ବ୍ଲକ ବଡ଼ମାଲ ଗୋଲାବାରୁଦ କାରଖାନା ନିକଟରେ ବାଘ ଆତଙ୍କ

ରାସ୍ତାରେ ବୁଲୁଛନ୍ତି ୩ଟି କଲରାପତରିଆ ବାଘ । ସାମ୍ନାକୁ ଆସିଛି ବାଘ ବୁଲୁଥିବାରୁ ଭିଡିଓ । ଜଣେ କାର ଚାଳକ ଏହି ରାସ୍ତା ଦେଇ ଯାଉଥିବା ବେଳେ ବାଘଙ୍କୁ ଦେଖିଥିଲେ । ତେବେ ଦିନ ଦ୍ବିପ୍ରହରରେ ବାଘ ବୁଲୁଥିବା ଚିତ୍ର ସାମ୍ନାକୁ ଆସିବା ପରେ ଏବେ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ପୂର୍ବରୁ ଅନେକ ଥର ଏହି ସ୍ଥାନରେ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ ବାଘଙ୍କ ଉପରେ ଦୃଷ୍ଟି ରଖାଯାଇଛି ।