ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୬ ଗୋଟି ଘର

0
92
ଭୟାବହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୪/୦୩) : ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଅମୃତୁଲୁ ଗ୍ରାମରେ ସକାଳ ସମୟରେ ଭୟାବହ ଅଗ୍ନିକାଣ୍ଡ ।

ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଜଳିଗଲା ୬ ଟି ଘର । ସୂଚନା ମୁତାବକ ଆଜି ସକାଳ ସମୟରେ ସମସ୍ତେ ଗାଧେଇବାକୁ ବାହାରକୁ ଯାଇଥିବା ସମୟରେ କୌଣସି କାରଣ ରୁ ଘର ମାନଙ୍କରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକ ମାନେ ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିବା ସହ ସୋରଡା ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ । ସୂଚନା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କଟିଥିଲେ । ହେଲେ ଏହି ଅଗ୍ନିକାଣ୍ଡ ରେ ଘର ମାନଙ୍କରେ ଥିବା ସମସ୍ତ ଅସବାହ ପତ୍ର ସହ ଖାଇବା ଚାଉଳ, ଡାଲି, ଧାନ ବସ୍ତା ଓ ଖାଦ୍ୟପେୟ ସମସ୍ତ ନଷ୍ଟ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ରେ ଅମୃତୁଲୁ ଗ୍ରାମର ଧୋବା ସ୍ୱାଇଁ, ସନ୍ତୋଷ ସ୍ୱାଇଁ, ସୁନିତା ଗୌଡ, ବିଧାନ ସ୍ୱାଇଁ, ପରୀ ସ୍ୱାଇଁ, ମୁନା ସ୍ୱାଇଁ ଘର ପୋଡି ଥିବା ସୂଚନା ।