ଅଜଣା ରୋଗରେ ପୀଡ଼ିତ ହୋଇ ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ପାରୁନାହାନ୍ତି କମ୍ଭୁ

0
168

ରିପୋର୍ଟ : ମୀନା ବେହେରା
ବନ୍ଧୁଗାଁ,ତା,(୨୧/୮) : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକର ତଳ ଡାବେରୀ ଗ୍ରାମର ମିଣିଆକା କମ୍ଭୁ ହଟ ଏକ ବର୍ଷରୁ ଅଜଣା ରୋଗରେ ପୀଡ଼ିତ ହୋଇ ଘରୁ ବାହାରକୁ ବାହାରି ପାରୁନାହାନ୍ତି |

କାରଣ ଦିନ ତମାମ ଖାସ ହେଲେ ପେଟରେ ଅଧିକ ମାତ୍ରାରେ ଜଳନ ହଉଛି,ଓ ରାତ୍ର ସମୟରେ ନିଦ ହଉନି କି ଖାଇବା ପାଇଁ ମନ ଵଳାଉ ନାହିଁ | ଯ ଦ୍ୱାରାକି ପେଟ ଖାଲି ରହିବା ହେତୁ କାଶ ହେଉଛି ,କାଶ ହେଲେ ଯନ୍ତ୍ରଣା ହେବ ସହ ପେଟର ତଳ ଭାଗରେ ଏକ ଗୋଲେଇ ଭାବରେ ରହିବା ପରି ଜଣାପଢୁଛି ବୋଲି କମ୍ଭୁ କହିଥିଲେ | କମ୍ଭୁ ଜଣେ ଆଦିବାସି ଓ ଗରିବ ଶ୍ରେଣୀ ପରିବାର ମୁଖ୍ୟ ଅଟନ୍ତି | ଅଜଣା ରୋଗରେ ପୀଡ଼ିତ ହୋଇ ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ପାରୁନାହାନ୍ତି କମ୍ଭୁ |

ସରକାରଙ୍କୁ ଆର୍ଥିକ ସହାୟତା ସହ ଚିକିତ୍ସା ଯୋଗାଇଦେବା ପାଇଁ ଗୁହାରି କରିଛନ୍ତି | ରୋଗୀଣା ଲୋକ ନିଜ ଗାଁରୁ ବାହାରକୁ ଯିବା ପାଇଁ ଅକ୍ଷମ,କାରଣ ତଳ ଡାବେରୀ ଗ୍ରାମକୁ ଯିବାପାଇଁ ଭଲ ରାସ୍ତା ନଥିବାରୁ କେବଳ ପାଦରେ ଚାଲି ଚାଲି ଯିବା ପାଇଁ ପଡିଥାଏ | ବନ୍ଧୁଗାଁ ଗ୍ରାମ ପଞ୍ଚାୟତ ଠାରୁ ମାତ୍ରକ ପାଞ୍ଚ କିଲୋମିଟର ଛୋଟ ଜଙ୍ଗଲ ଘେରରେ ଏହି ଗ୍ରାମ ଅବସ୍ଥିତ |

ଏହି ତଳ ଡାବେରୀ ଗ୍ରାମ ପାଇଁ ଏନବିସିସି ଦ୍ୱାରା ଗତ ୩ ବର୍ଷ ହେବ ରାସ୍ତା କାମ କରାଯିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଦ୍ୱାରା କରାଯିବାକୁ ଥିବା କାମକୁ କିଛି ପରିମାଣରେ କରି ଛାଡିଦେଇ ନିଜ ଅଞ୍ଚଳକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି | ଯ ଦ୍ୱାରାକି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

ସରକାରୀ ବାବୁମାନେ ଗାଁ ପ୍ରତି ଧ୍ୟାନ ଦେଇନଥିବା ଗ୍ରାମବାସି ,ଗ୍ରାମର କିଛି ବ୍ୟକ୍ତି,ୱାର୍ଡ ସଭ୍ୟ ୱାଡେକା ପାଳସୁ,ଚି଼ତୁରୁ ମେଲେକା,ଗ୍ରାମର ମୁଖ୍ୟ ବ୍ୟକ୍ତି ଗାଁର ଜାନି ବାବୁ ଶୀତୁରୁ ମେଲେକା,ଗଣ ମାଧ୍ୟମକୁ କହିଥିଲେ |