ପ୍ରକୃତି ପ୍ରେମୀ ମହିଳାଙ୍କ ପ୍ରକୃତିର ସୁରକ୍ଷା ଚିନ୍ତା

0
87
ପ୍ରକୃତି

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୧୮/୦୩) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଜୁରିଆପାଲି ଗ୍ରାମର ଉଦ୍ୟମୀ ମହିଳା ଗୋଷ୍ଠୀ ର ସଦସ୍ୟା ତଥା ଉତ୍କଳ ଗ୍ରାମୀଣ ବ୍ୟାଙ୍କ କୋଟସମଲେଇ ଶାଖା ରେ କାର୍ଯ୍ୟରତ ବ୍ୟାଙ୍କମିତ୍ର ଶ୍ରୀମତୀ ସଙ୍ଗୀତା ପାତ୍ର ପ୍ରକୃତି ର ସବୁଜିମା କୁ ସୁରକ୍ଷା କରିବା ପାଇଁ ମଧ୍ୟ ବହୁ ଯତ୍ନବାନ ।

ଆଜି ନିଜର କାର୍ଯ୍ୟାସ୍ଥଳୀ ରୁ ଘରକୁ ଫେରିବା ରାସ୍ତାରେ କୋଟସମଲେଇ ଜଙ୍ଗଲ ରାସ୍ତା କଡରେ ଲାଗିଥିବା ବନାଗ୍ନୀ କୁ ନିଜର ଉପସ୍ଥିତ ବୁଦ୍ଧି ଖଟାଇ କଞ୍ଚା ଡାଲରେ ନିଆଁ କୁ ଲିଭାଇବା ସହ ବନାଗ୍ନୀ କୁ ନିୟନ୍ତ୍ରଣ କରିଥିଲେ । ଏପରି ମାନସିକତା ସହ ଯିଏ ଯୋଉଠି ବି ନିଆଁ ଲାଗିଥିବାର ଦେଖିଲେ ଲିଭାଇ ଦେବା ସହ ସଚେତନ ହୋଇ ପ୍ରକୃତି କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି । ସଙ୍ଗୀତା ଙ୍କ ଏପରି କାର୍ଯ୍ୟ କୁ ସାଧାରଣରେ ପ୍ରଶଂସା କରାଯାଉଛି ।