ଦୋରାଗୁଡା ହତ୍ୟା ଏବଂ ଡ଼କାୟତ ମାମଲାରେ ବୈପାରୀଗୁଡା ଥାନା ପକ୍ଷରୁ ୧୦ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

0
268

ରିପୋର୍ଟ : ଏନ ସନ୍ତୋଷ କୁମାର //
ବୈପାରୀଗୁଡା,(୨୨/୦୮) : ବୈପାରୀଗୁଡା ଥାନାକୁ ବଡ଼ ସଫଳତା ମିଳିଥିବା ଜଣା ପଡିଛି l ଦୋରାଗୁଡା ହତ୍ୟା ଏବଂ ଡ଼କାୟତ ମାମଲାରେ ବୈପାରୀଗୁଡା ଥାନା ପକ୍ଷରୁ ଆଜି ଅପରାହ୍ନରେ ମୋଟ ୧୦ ଅଭିଯୁକ୍ତଙ୍କୁ ଜୟପୁର କୋର୍ଟ ଚାଲାଣ କରାଯାଇଛି l

୧୦ ଅଭିଯୁକ୍ତ ମଧ୍ୟରୁ ୬ ଜଣ ଅଭିଯୁକ୍ତ ଦୋରାଗୁଡା ହତ୍ୟା ଏବଂ ଡ଼କାୟତ ମାମଲାରେ ସମ୍ପୃକ୍ତ ଥିବା ବେଳେ ଡ଼କାୟତ ମାମଲାରେ ଚାରି ଜଣ ସମ୍ପୃକ୍ତ ଥିବା ଜଣା ପଡିଛି l ଗତ ସାତ ବର୍ଷ ପୂର୍ବେ ବୈପାରୀଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପୋଡା ପଂଚାୟତ ଦୋରାଗୁଡା ହାଟରେ ଦିନ ଦୁଇ ପହରରେ ଦୁର୍ଯ୍ୟୋଧନ ହନ୍ତାଳଙ୍କୁ ହତ୍ୟା କରାଯାଇଥିଲା ହେଲେ ସେହି ସମୟରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ହତ୍ୟା ମାମଲାରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l

ସେହିପରି ବିଭିନ୍ନ ସ୍ଥାନରେ ଡ଼କାୟତ ମାମଲାରେ ଚାରି ଜଣକୁ ମଧ୍ୟ ଗିରଫ କରିଥିବା ବେଳେ ଆଜି ମୋଟ ୧୦ ଜଣକୁ ଜୟପୁର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଈଶ୍ୱେର ତାଣ୍ଡି ସୂଚନା ଦେଇଛନ୍ତି l