ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ର ପ୍ରଭାବ

0
100
ରାଜ୍ୟରେ ଜାରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୦୩) : ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ର ପ୍ରଭାବ । ବିଭିନ୍ନ ଜିଲ୍ଲାରେ କୁଆପଥର ବର୍ଷା । ଅଧିକାଂଶ ସ୍ଥାନରେ ପାଗ ମେଘୁଆ ।

ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ । ଆସନ୍ତା ୪ ଦିନ କାଳବୈଶାଖୀ ବର୍ଷା ଅନୁମାନ । ଗଞ୍ଜାମ, ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଜଗତସିଂହପୁର ଆଦି ୭ଟି ଜିଲ୍ଲାରେ କୁଆପଥର ବର୍ଷା ଦେଖିବାକୁ ମିଳିଛି । ଆକାଶରୁ ପୁଳାପୁଳା କୁଆପଥର ପଡ଼ିବା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାରୁ ଏହି ଜିଲ୍ଲାଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ‌ତେବେ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡ଼ର ପ୍ରଭାବ ଅନୁଭୂତ ହେବ । ଏହାର ପ୍ରଭାବ ଓଡ଼ିଶା ଉପରେ ବି ରହିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୪ ଦିନ ରାଜ୍ୟରେ ଠାଏ ଠାଏ କାଳବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ୩ ଦିନରେ ୪ ଡିଗ୍ରି ପର୍ଯ୍ୟନ୍ତ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବ ।