ପୋଖରୀକୁ ଖସିଲା କାର, ଅଳ୍ପକେ ବର୍ତିଲେ ଯାତ୍ରୀ

0
110
ପୋଖରୀକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୨୪/୦୩) : ଭାରସାମ୍ୟ ହରାଇ ପୋଖରୀକୁ ଖସିଲା କାର । ଅଳ୍ପକେ ବର୍ତିଲେ ଯାତ୍ରୀ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ ପାଟଣା ଛିନ୍ନମସ୍ତା ମନ୍ଦିର ନିକଟ ପୋଖରୀ ଭିତରକୁ ଖସିଲା କାର ।

କାରରେ ଦୁଇଜଣ ଯାତ୍ରୀ ଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି । କାରଟି ଫୁଲବାଣୀରୁ ଭେଜିପୁଟ ଯିବା ସମୟରେ ଛିନ୍ନମସ୍ତା ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ପୋଖରୀକୁ ଖସିପଡିଥିଲା । କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛି । ସେହିପରି ସଉଦା କିଣିବାକୁ ଆସିଥିବା ବେଳେ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି । ବାଙ୍କୀ ବ୍ଲକ ବୈଦେଶ୍ଵର ଥାନା ଅନ୍ତର୍ଗତ ପର୍ଶୁରାମପୁର ଗାଁ’ର ବିନୋଦ ସାହୁ ନିଜ ଘର ପାଇଁ ସଉଦା କିଣିବାକୁ ଗାଁ ଛକକୁ ଆସିଥିବା ବେଳେ ଖଣ୍ଡପଡା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ।

ଫଳରେ ଟ୍ରକ ଚକାତଳେ ପଡିଯିବାରୁ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ସତରେ ମୃତ୍ୟୁ କେତେବେଳେ ଆସିବ ତାହା କାହାକୁ ଜଣାନଥାଏ । ଏହି ଯୁବକଙ୍କ ମୃତ୍ୟୁ ଏକ ଉଦାହରଣ । ଘର ପାଇଁ ପରିବା, ସଉଦା କିଣିବାକୁ ଯାଇଥିଲେ । କିନ୍ତୁ କିଏ ଜାଣିଥିଲା ସେ ଆଉ ସଉଦା ଧରି ଘରକୁ ଫେରିବେ ନାହିଁ ବୋଲି। ଟ୍ରକ୍‌ ଚକା ତଳେ ଜୀବନ ଚାଲି ଯାଇଛି ବିନୋଦଙ୍କର । ସେପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଶବ ରଖି ଖଣ୍ଡପଡା -କଳାପଥର ରାସ୍ତାକୁ ଉତ୍ୟକ୍ତ ଗ୍ରାମବାସୀ ଅବରୋଧ କରିଥିବା ବେଳେ ଘଟଣା ସ୍ଥଳରେ ବୈଦେଶ୍ଵର ପୋଲିସ ପହଁଚି ଟ୍ରକଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।