ବୌଦ୍ଧ ଜିଲ୍ଲା କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିନେଇ ଜିଲ୍ଲା ପାଳ କାର୍ଯ୍ୟାଳୟ ଘେରିବ ଜିଲ୍ଲା କିସାନ ସଂଙ୍ଘ

0
210

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୪/୦୮) : ବୌଦ୍ଧ ଜିଲ୍ଲା କୁ ମରୁଡି ଘୋଷଣା ଦାବିନେଇ ଜିଲ୍ଲା ପାଳ କାର୍ଯ୍ୟାଳୟ ଘେରିବ ଜିଲ୍ଲା କିସାନ ସଂଙ୍ଘ | ବୌଦ୍ଧ ବ୍ଲକ ମୁଣ୍ଡିପଦର ପଂଚାୟତ କୁଲତା ଖଲି ଗ୍ରାମରେ ଭାରତୀୟ କିସାନ ସଂଘ ଆନୁକୂଲ୍ୟରେ ଗତକାଲି ରକ୍ଷାବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଛି |

କୃଷି ଦେବତା ବଳରାମ ଙ୍କ ପୂଜନ ସହିତ ଗୋ ମାତା ଙ୍କୁ ଏହି ଉତ୍ସବ ରେ ପୂଜା କରାଯାଇଥିଲା | ଶେଷରେ ବର୍ଷା ପାଇଁ ଇନ୍ଦ୍ର ଦେବ ପୂଜା କରାଯାଇଥିଲା | ଏହି ଉତ୍ସବ ରେ ଶତାଧିକ ଭଉଣୀମାନେ ସଂଘ ର କର୍ମକର୍ତ୍ତା ମାନଙ୍କୁ ରକ୍ଷା ବନ୍ଧନ କରିଥିଲେ | ଶେଷରେ ସଂଘର ବାରମ୍ବାର ଦାବି ସତ୍ୱେ ସରକାର ବୌଦ୍ଧ ଜିଲ୍ଲା କୁ ସମ୍ପୂର୍ଣ୍ଣ ମରୁଡି ଗ୍ରସ୍ତ ଭାବରେ ଘୋଷଣା ନକରିବାରୁ କ୍ଷୋଭ ପ୍ରକାଶକରିଥିଲେ |

ତେଣୁ ଚାଷୀ ଆନ୍ଦୋଳନ କୁ ତୀବ୍ରତାର କରିବା ପାଇଁ ଆସନ୍ତା ସେପ୍ଟେମ୍ବର ଦୁଇ ତାରିଖ ରେ ହଜାର ହଜାର ଚାଷୀ ଜିଲ୍ଲାପାଳ ଙ୍କ ଅଫିସ ସଂମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ନିଷ୍ପତି ନେଲେ | ସାଲୁଙ୍କି ନଦୀର ଗୁରୁଜୀ ମୁଣ୍ଡା, ଖଡ଼ଙ୍ଗ ନଦୀର ସlଦାଙ୍ଗ ଠାରେ ଜଳଭଣ୍ଡାର ତଥା ମହାନଦୀ ସାମ୍ପୋଚ, ରାମଗଡ, ଧଳପୁର ଠାରେ ତିନୋଟି ମେଘl ଉଠାଜଳ ସେଚନ ପ୍ରକଳ୍ପ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ପାଇଁ ସ୍ଥିର କରାଗଲା | କେଉଁ କାରଣରୁ ଏହି ମେଗା ପ୍ରକଳ୍ପ ତିନୋଟି ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରିଲାନି ତାହା ଅଂଚଳ ର ଏକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ?

ଏହି ସଭାରେ ସଂଘ ର ସଭାପତି ସୂର୍ଯ୍ୟନାରାୟ ମହାପାତ୍ର, ରାଜ୍ୟ ସମ୍ପାଦକ ଭୋଳାଗିରି ସାହୁ, ବିସିକେଶନ ପ୍ରଧାନ, ଦୁତିବାହନ କମ୍ପୋ, ଗଣେଶ ବେହେରା, ନବୀନ ପ୍ରଧାନ, ସତ୍ୟା ପାଣ୍ଡେ,ନବୀନ ହୋତା, ଆରତୀ ଧଳ,ପ୍ରମୁଖ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ରହି ଆନ୍ଦୋଳନ ପାଇଁ ସଂକଳ୍ପ ନେଲେ |