ଆସନ୍ତା ୨ ଦିନ ଯାଏଁ ବିଜୁଳି ଘଡଘଡି ସହ ବର୍ଷା

0
132
ଆସନ୍ତା ୨ ଦିନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୮/୦୪) : ରାଜ୍ୟରେ ଅଦିନିଆ ବର୍ଷାର ପ୍ରଭାବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ।

ଆସନ୍ତା ୨ ଦିନ ଯାଏଁ ବିଜୁଳି ଘଡଘଡି ସହ ବର୍ଷା । ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏଥିସହ ସେହି ସମୟରେ ପବନର ବେଗ ୪୦ ରୁ ୫୦ ରହିବା ସମ୍ଭାବନା । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମାଲକାନାଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେଉଁଝର, କେନ୍ଦ୍ରାପଡ଼ା । ଏହା ସହ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ଏହି ସବୁ ଜିଲ୍ଲା ଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁଆ ପଥର ବର୍ଷା ହେବାର ଆଶଙ୍କା ରହିଛି ।

ସେହିପରି ଆସନ୍ତାକାଲି ପାଇଁ ୧୭ ଜିଲ୍ଲା କୁ ବିଜୁଳି ଘଡ଼ଘଡ଼ି ସହ ପବନ ୪୦ ରୁ ୫୦ ହେବାର ସମ୍ଭାବନା ନେଇ ୟିଲ୍ଲୋ ୱାର୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତା ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଦକ୍ଷିଣ, ଆଭ୍ୟନ୍ତରୀଣ ଏବଂ ଉତ୍ତର ଉପକୂଳ ଓଡ଼ିଶା ର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି । ଗତକାଲି ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା । ବିଶେଷକରି କଟକ ଓ ଭୁବନେଶ୍ୱର ବାସିନ୍ଦାଙ୍କୁ ବେହାଲ କରିଥିଲା ଅଦିନିଆ ବର୍ଷା ।