ଜିଲ୍ଲା ସ୍ତରୀୟ ବୈଠକ ର ନିଷ୍ପତି କ୍ରମେ ମାହେଶ୍ୱରୀ ଗୋଶାଳାକୁ ୧୦୦ ଗୋଟି ବୁଲା ଗାଈ ହସ୍ତାନ୍ତର

0
240

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୬/୦୮) : ବୌଦ୍ଧ ଜିଲ୍ଲାରେ ଦିନ କୁ ଦିନ ୫୭ ନଂ ଜାତୀୟ ରାଜପଥ ରେ ବୁଲା ଗାଈ ଗୋରୁ ସଂଖ୍ୟା ବଢିବଢି ଚାଲିଛି, ଜନଗହଳି ପୂର୍ଣ୍ଣ ସ୍ଥାନ, ଛକ, ରାଜ ରାସ୍ତା ଓ ବୌଦ୍ଧ ଜିଲ୍ଲା ସ୍ତରୀୟ ବୈଠକ NAC ରେ ସହ ସହ ବୁଲା ଗାଈ ରହୁଛନ୍ତି ଏବଂ ଦୁର୍ଘଟଣା ର ଶିକାର ହେଉଛନ୍ତି | ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଦୃଶ୍ୟକୁ ଜନସାଧାରଣ ଓ ପ୍ରଶାସନ ଉପରେ ଦୃଷ୍ଟି ନିକ୍ଷେପ କରିଛନ୍ତି |

ତେଣୁ ଜିଲ୍ଲା ସ୍ତରୀୟ ବୈଠକ ରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହି ଘଟଣା କୁ ଆଖିଆଗରେ ରଖି ଗୋ ମାତାଙ୍କ ସୁରକ୍ଷା ନିମିତ୍ତ ବୁଲା ଗାଈ ଙ୍କୁ ଚଳିତ ମାସ ୧୨ ତାରିଖ ରୁ ପ୍ରାଣୀ କଲ୍ୟାଣ ମଞ୍ଚ ର ସମ୍ପାଦକ ଅରୁଣ ମେଣ୍ଡୁଳି ଙ୍କ ନେତୃତ୍ୱ ରେ କାଞ୍ଜିଆ ହୁଦା ରେ ରଖାଯାଇଥିଲା | ୧୨ ତାରିଖ ରୁ ଦୀର୍ଘ ୧୨ ଦିନ ବିତିଯାଇଥିଲେ ବି ଏହି ଗୋ ମାତାଙ୍କ କୋଣସି ଦାବିଦାର ନ ଆସିବାରୁ ଜିଲ୍ଲା ସ୍ତରୀୟ ବୈଠକ ର ନିଷ୍ପତି କ୍ରମେ ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ ଦନ୍ତlପାଲି ସ୍ଥିତ ମାହେଶ୍ୱରୀ ଗୋଶାଳାରେ ପ୍ରତିପାଳନ ପାଇଁ ଗୋମାତା ଙ୍କୁ ହସ୍ତାନ୍ତର କରାଗଲା |

ଉକ୍ତ କାର୍ଯ୍ୟକ୍ରମ ରେ ଅବସର ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡା. ଅମିତାଭ ପଣ୍ଡା, ଉପଖଣ୍ଡ ପ୍ରାଣୀ ସମ୍ପଦ ଅଧିକାରୀ ଡା. ପ୍ରଫୁଲ୍ଲ କୁମାର ନାୟକ, ଏନ. ଏ. ସି ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ୧୦୦ ଗୋଟି ଗୋ ମାତାଙ୍କୁ ସମ୍ପାଦକ କୃତିବାସ ପଲିଆ ଓ ଅଧକ୍ଷ ନିର୍ଗୁଣୀ ମାହାକୁଡ଼ ଙ୍କୁ ହସ୍ତାନ୍ତର କରିଥିଲେ |