ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ମାଧ୍ୟମ ରେ ମହିଳା ଙ୍କୁ ମିଳିଲା ୨ ଲକ୍ଷ ଟଙ୍କା

0
260

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୬/୦୮) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ରେ ରାମଗଡ଼ ପଞ୍ଚାୟତ ମହିବାହାଲ ଗ୍ରାମର ବାସିନ୍ଦା ସଂଯୁକ୍ତା ପ୍ରଧାନ ଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ମାଧ୍ୟମରେ ଆଜି ୨ ଲକ୍ଷ ଟଙ୍କା ର ଚେକ ପ୍ରଦାନ କରାଯାଇଛି |

ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ମାଧ୍ୟମ ରେ ଉପକୃତ ହୋଇଥିବା ମହିଳା ଙ୍କ ସ୍ୱାମୀ ବିଜ୍ଞାନ କୁମାର ପ୍ରଧାନ ଗତ ଜାନୁଆରୀ ୫ ତାରିଖ ରେ ମୃତ୍ୟୁ ବରଣ କରିଥିଲେ ସେ ବାର୍ଷିକ ୩୩୦ ଟଙ୍କାର ଏହି ଯୋଜନାରେ ଏକ ଖାତା ଖୋଲି ଥିଲେ | ଏହି ଯୋଜନା ମାଧ୍ୟମ ରେ ସମସ୍ତେ କିପରି ବୀମା ଖାତା ଖୋଲି କମ ପ୍ରିୟୟମ ରେ ଅଧିକ ଉପକୃତ ହେବେ ଉପସ୍ଥିତ ଅଧିକାରୀ ମାନେ ମତ ପ୍ରକାଶ କରିଥିଲେ |

ଏହି ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଆଞ୍ଚଳିକ ପ୍ରବନ୍ଧକ ଫୁଲବାଣୀ ହୃଦୟ ରଞ୍ଜନ ଦାଶ, ହରଭଙ୍ଗା ତହସିଲଦାର ଶମ୍ଭୁ ପ୍ରସାଦ ମିଶ୍ର ,ଲିଡ଼ ବ୍ୟାଙ୍କ ମ୍ୟାନେଜର ବୌଦ୍ଧ ରବୀନ୍ଦ୍ର କୁମାର ସେଠି, ପୁରୁଣାକଟକ ଶାଖା ପରିଚାଳକ ପ୍ରକାଶ କୁମାର ସାହୁ, ଷ୍ଟେଟ ବ୍ୟାଙ୍କ ଲାଇଫ ବିଡ଼ିଏମ କରମ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ |