ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ୨୦୨୩ ପାଳନ

0
159
ବିଶ୍ଵ ପ୍ରାଣୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୮/୦୪) : ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ୨୦୨୩ ପାଳନ । ଆଜି ଗୁଣପୁର ବ୍ଲକ ଅନ୍ତର୍ଗତ ତୁର୍କାନିଗୁଡ଼ା ଗ୍ରାମରେ ପ୍ରାଣୀଧନ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୩୦୦ ରୁ ଊର୍ଦ୍ଧ୍ବ ଗାଈ, ମଇଁଷି, ଛେଳି ଓ ମେଣ୍ଢାଙ୍କର ଚିକିତ୍ସା କରାଯାଇଥିଲା ।

ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ପାଳନ ଅବସରରେ ଏହି ପ୍ରାଣୀଧନ ସ୍ୱାସ୍ଥ୍ୟ ଶିବିର ତଥା ସଚେତନତା ସଭାରେ ଗୁଣୁପୁର ଉପଜିଲ୍ଲପାଳ ଶ୍ରୀ ଲଳିତ କୁମାର କହଁର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଗୋପାଳକ ମାନେ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ କିପରି ଲଭାନ୍ଵିତ ହୋଇପାରିବେ ସେଇ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରକଳ୍ପ ପ୍ରଶାସିକା, ଆଇ. ଟି. ଡି. ଏ ଗୁଣୁପୁର ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ ଚାଷୀଙ୍କ ଗୋପାଳନରେ ଆଗ୍ରହ ଦେଖି ଗୋଚର ଜମି ଉଦ୍ଧାର, ଗାଈ ଗୁହାଳ ଏବଂ ବାୟୋଗ୍ୟାସ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୁଣୁପୁର ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ଚାଷୀମାନଙ୍କୁ ଉନ୍ନତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟ ନିର୍ବାହୀ ଅଧକାରୀ, ଗୁଣୁପୁର ପୌର ପରିଷଦ ଡାକ୍ତର ସତ୍ୟ ସମ୍ପୂର୍ଣ୍ଣ । ରାଉତ ଗାଈ ଗୋରୁଙ୍କ ରୋଗ ପ୍ରତିକାର ଓ ପ୍ରତିଷେଧକ ବ୍ୟବସ୍ଥା ସମ୍ବନ୍ଧୀୟ ବାର୍ତ୍ତା ପ୍ରଦାନ କରିଥିଲେ ।

ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମା ରାଓ ପାଳ ସଭା ପରିଚାଳନା କରିବା ସହ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଗାଦିଆଖଳା ସରପଞ୍ଚ ଶ୍ରୀ ରବୀନ୍ଦ୍ର ଶବର ନିମନ୍ତ୍ରିତ ଅତିଥି ମାନଙ୍କର ଅଭିମତ କୁ ଗ୍ରାମବାସୀମାନେ କାର୍ଯ୍ୟକାରୀ କରି ଗ୍ରାମର ବିକାଶ କରିବା ପାଇଁ ଆହ୍ୱାନ କରିଥିଲେ । ଏହି ପ୍ରାଣୀଧନ ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ସିଦ୍ଧାର୍ଥ ଶଙ୍କର ସାବତ, ଡାକ୍ତର ବିଷ୍ଣୁ ଚରଣ ଶବର, ଭି. ଟି. ସତ୍ୟ ନାରାୟଣ ଜେନା, ସୁରେନ୍ଦ୍ର ବିଡ଼ିକା, ପ୍ରସାଦ ପାସ୍ପୁ ରେଡ୍ଡୀ ଏବଂ ପ୍ରାଣୀଧନ ନିରୀକ୍ଷକ ଶତ୍ରୁଘ୍ନ ଶବର, ଭାସ୍କର ଶବର, ରଞ୍ଜନ କୁମାର ପାଢ଼ୀ, ପ୍ରଣବ କୁମାର ନିମାଲ ପୁରୀ, ଲାଡ଼ି କିରଣ କୁମାର, ପି. ମାଧବ ରାଓ, ଜି. ଚନ୍ଦ୍ର ଶେଖର ଗୁପ୍ତା, କାନ୍ଦୁଲା ଲକ୍ଷ୍ମୀ, ବାବୁଲା ଶବର, ମାସନ୍ ଗୋମାଙ୍ଗୋ, ପ୍ରାଣୀଧନ ସହାୟକ ଜଗଦୀଶ ଚନ୍ଦ୍ର ପାତ୍ର, ଅନନ୍ତଦାସ ମିଶ୍ର ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ୍ୟ ଶିବିର ରେ ସହଯୋଗ କରିଥିଲେ । ପରିଶେଷରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାଧେଶ୍ୟାମ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।