NAC ତରଫରୁ ଜବରଦଖଲ ଉଚ୍ଛେଦ

0
69
NAC

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୪) : ଗଜପତି ଜିଲ୍ଲା କାଶୀନଗର NAC ରେ ବହୁତ ଦିନ ହେଲା ଜବରଦଖଲ ରେ ବିଭିନ୍ନ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଗଢି ଉଠିଛି । ହେଲେ ଏନ ଏ ସି ପ୍ରତିଷ୍ଠା ହେବାଠାରୁ ଏ ପର୍ଯ୍ୟନ୍ତ କେବେ ଜବରଦଖଲ ଉଠି ନ ଥିଲା ।

ଏଥି ପୂର୍ବରୁ ପୂର୍ବତନ ତହସିଲଦାର ଶ୍ରୀ ମାନସ ରଞ୍ଜନ ସାହୁ ଜବରଦଖଲ ଉଚ୍ଛେଦ ପାଇଁ ମାପ ଚୁପ କଲାବେଳେ ତାଙ୍କ ବଦଳି ହୋଇଯାଇଥିଲା । ଗତ କାଲି ଠାରୁ NAC ତରଫରୁ ମାଇକ ଯୋଗେ ଜବରଦଖଲ ଉଚ୍ଛେଦ ୩୦ ତାରିଖ ରେ ହେବ ବୋଲି ପ୍ରଚାର କରାଯାଉଛି । ଏ ନେଇ ଲୋକ ଙ୍କ ମଧ୍ୟରେ ଛନାକା ଓ ଭୟ ପଶି ଯାଇଛି । ହେଲେ କତୃପକ୍ଷ ବ୍ୟକ୍ତିଗତ ଭାବେ କାହାକୁ ନୋଟିସ ଦେଇନଥିବା ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ଗତ ୨ ବର୍ଷ ତଳେ ଏହାର ମାପଚୁପ ହୋଇ ରଙ୍ଗ ମାର୍କ ଦିଆଯାଇଥିଲା, ଯାହାକି ଏବେ ଲିଭି ଯାଇଛି, ପ୍ରକୃତ ରେ କେଉଁ ଜାଗାରେ ଦଖଲ ହଟିଲେ ସୁବିଧା ହେବ ଓ ଜନ ଅସନ୍ତୋଷ ନ ହେବ ସେହି ପ୍ରତି କତୃପକ୍ଷ ଦୃଷ୍ଟି ଦେବାକୁ ବିଜେପି ନେତା ମୁକୁନ୍ଦ ରାଓ, ଚଲାପତି ରାଓ କତୃପକ୍ଷ ଙ୍କ ପାଖରେ ଦାବୀ କରିଛନ୍ତି ।