ମଡେଲ୍ ଡିଗ୍ରୀ କଲେଜର ସମାଜବିଜ୍ଞାନ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

0
81
ମଡେଲ୍

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୪) : ସୋନପୁର ସ୍ଥିତ ମଡେଲ୍ ଡିଗ୍ରୀ କଲେଜର ସମାଜବିଜ୍ଞାନ ବିଭାଗର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଶୁକ୍ରବାର ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ମଡେଲ୍ ଡିଗ୍ରୀ କଲେଜର ସମାଜବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ବିଶ୍ୱରଞ୍ଜନ ଜେନାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇଂରାଜୀ ଅଧ୍ୟାପକ ଡଃ ମହେନ୍ଦ୍ର ଭୋଇ, ଓଡ଼ିଆ ଅଧ୍ୟାପିକା କମଳା ସିଂ, ଓଡ଼ିଆ ଅଧ୍ୟାପକ ରମାକାନ୍ତ ମଙ୍ଗରାଜ, ପୂର୍ବତନ ସମାଜବିଜ୍ଞାନ ଅଧ୍ୟାପିକା ରିସିତା ବାନୋ, ଅଧ୍ୟାପକ ତ୍ରିନାଥ ମହାନ୍ତି, ରାଜନୈତିକ ବିଜ୍ଞାନ ଅଧ୍ୟାପକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗଣେଷଙ୍କ ଫଟୋରେ ଦୀପ ପ୍ରଜ୍ୱଳନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯିବା ପରେ କନିଷ୍ଠ ଛାତ୍ରୀମାନେ ସମସ୍ତଙ୍କୁ ଚନ୍ଦନ ପୁଷ୍ପଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଇଂରାଜୀ ଅଧ୍ୟାପକ ଭୋଇ ଛାତ୍ରଛାତ୍ରୀ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଉଚ୍ଚତର ଶିକ୍ଷାଲାଭ କରି ସମାଜରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ସମାଜବିଜ୍ଞାନ ବିଭାଗର ଅଧ୍ୟାପକ ଜେନା ଓ ମହାନ୍ତି ଉଦବୋଧନ ଦେଇ ସମାଜବିଜ୍ଞାନ ବିଷୟର ମୂଲ୍ୟ ଓ ଏହାର ଗୁରୁତ୍ୱ ବୁଝାଇବା ସହ ଭବିଷ୍ୟତ ରେ ସେମାନଙ୍କ ଜୀବନରେ ଏହି ବିଷୟ ଉପାଦେୟ ହେବ ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବତନ ସମାଜବିଜ୍ଞାନ ଅଧ୍ୟାପିକା ବାନୋ ସମାଜବିଜ୍ଞାନ କେବଳ ବହି ମାଧ୍ୟମରେ ଆବଦ୍ଧ ନୁହେଁ ବରଂ ଏହା ଛାତ୍ରଛାତ୍ରୀ ମାନଙ୍କର ଜୀବନର ଆସୁଥିବା ସମସ୍ତ ପ୍ରକାରର ସମସ୍ୟାର ସମାଧାନ ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଥିଲେ । ୧ମ ଓ ୨ୟ ବର୍ଷର ଛାତ୍ରୀ ଲିପିକା, ଅଲିଭା, ଖୁସି, ଲିପସା, ପୂଜା, ସୁମି, ସୁଶ୍ରୀ, ଲିପିକା, ମହେଶ୍ୱତା, ଦିପାଞୀଲି, ଜୋସ୍ନାମୟୀ ଓ ଅନ୍ୟମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରି ଅତି ସୁନ୍ଦର ସାଜସଜ୍ଜା କରିଥିଲେ । ଛାତ୍ର ଛାତ୍ରୀମାନଙ୍କ ତରଫରୁ ହୋଇଥିବା ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।